‘ଦ୍ରୁତଗତିରେ ଖସୁଛି ନବୀନଙ୍କ ଲୋକପ୍ରିୟତା’: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

‘ଦ୍ରୁତଗତିରେ ଖସୁଛି ନବୀନଙ୍କ ଲୋକପ୍ରିୟତା’: ସର୍ଭେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ ବର୍ଷର ବିଜେଡି ସରକାରର କାର୍ଯ୍ୟରେ ମାତ୍ର ୨୩ ପ୍ରତିଶତ ଭୋଟର ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ସେପ୍ଟେମ୍ବରରେ ନବୀନଙ୍କ ଲୋକପ୍ରିୟତା ରାଜ୍ୟରେ ୫୯ ପ୍ରତିଶତ ଥିବାବେଳେ ମାତ୍ର ୨ମାସ ମଧ୍ୟରେ ଏହା ୫ ପ୍ରତିଶତ ହ୍ରାସ ପାଇଛି। ଇଣ୍ଡିଆ ଟୁଡେ-ପଲିଟିକାଲ ଷ୍ଟକ୍ ଏକ୍ସଚେଞ୍ଜ ରିପୋର୍ଟ(ପିଏସଇ)ର ସର୍ଭେରୁ ଏହା ଜଣାପଡ଼ିଛି।

ପିଏସଇ ରିପୋର୍ଟ ଅନୁସାରେ ରାଜ୍ୟର ୫୪ ପ୍ରତିଶତ ଭୋଟର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ଭାବେ ଚୟନ କରିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରିଛନ୍ତି।

ତେବେ ବିଜେଡି ସରକାରର କାର୍ଯ୍ୟ ପ୍ରତି ୨୩ % ଭୋଟର ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିବାବେଳେ ୨୯% ଭୋଟର ‘ହଁ ଚଳିବ’ ବୋଲି କହିଛନ୍ତି। ତେବେ ୧୬ ପ୍ରତିଶତ ଭୋଟର ଅସନ୍ତୁଷ୍ଟ ଥିବାବେଳେ ୨୨ ପ୍ରତିଶତ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ରହିଛନ୍ତି।

ଅପରପକ୍ଷରେ ରାଜ୍ୟର ୨୯% ଭୋଟର ସାଢ଼େ ୪ବର୍ଷର କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିବାବେଳେ ୨୬% ‘ହଁ ଚଳିବ’ ବୋଲି ମତ ଦେଇଛନ୍ତି। ତେବେ ୧୯% ପ୍ରତିଶତ ଭୋଟର ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଓ ୧୭ % ଭୋଟର ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ ଗାଁ ଗହଳିରେ ପାନୀୟ ଜଳ, ଦରବୃଦ୍ଧି ଓ ସଡ଼କ ଯୋଗାଯୋଗ ପ୍ରମୁଖ ପ୍ରସଙ୍ଗ ହେବା ସହ ସରକାରର ପ୍ରଦର୍ଶନ ହିଁ ପ୍ରାର୍ଥୀଙ୍କ ବିଜୟର ମୁଖ୍ୟ ମାନଦଣ୍ଡ ହେବ।
ଓଡ଼ିଶା, ବିହାର ଓ ଝାରଖଣ୍ଡର ଅର୍ଦ୍ଧେକରୁ ଅଧିକ ଭୋଟର କେନ୍ଦ୍ରରେ ପୁଣିଥରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେଉ ବୋଲି ମତ ଦେଇଛନ୍ତି।

ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପିଏସଇ ପକ୍ଷରୁ ଟେଲିଫୋନ୍ ମାଧ୍ୟମରେ ୮୩୬୫ଜଣ ଭୋଟରଙ୍କ ମତାମତ ଆଧାରରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ଅନୁରୂପ ଏକ ସର୍ଭେ ଇଣ୍ଡିଆ ଟୁଡେ-ପିଏସଇ ପକ୍ଷରୁ ହୋଇଥିଲା ଯାହାର ରିପୋର୍ଟ ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରକାଶ ପାଇଥିଲା।



from Odisha Reporter https://ift.tt/2DHXWJb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages