
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ଗଣପର୍ବର ଆୟୋଜନ କରାଯାଇଥାଏ। ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ନିଜ ବୋଇତରେ ବେପାର ବଣିଜ କରିବାକୁ ଯାଭା, ସୁମାତ୍ରା, ବାଲି, ବୋର୍ଣ୍ଣିୟୋ ଅଦି ଦେଶକୁ ଯାଉଥିଲେ। ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।
କଟକରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ସବୁଠାରୁ ଅଧିକ ଜନ ସମାଗମ ହୋଇଥାଏ। କଟକ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜିର ଦିନରେ କେବଳ କଟକବାସୀ ନୁହଁନ୍ତି ସାରା ଓଡ଼ିଶାବାସୀ ଡଙ୍ଗା ଭସାଇ ମହାନ୍ ଓଡ଼ିଆ ପରମ୍ପରାକୁ ମନେ ପକାଇଥାନ୍ତି।
ଡଙ୍ଗା ଭସାକୁ ନେଇ ମନରେ ଯେତିକି ଉତ୍ସାହ ଏବଂ ଉତ୍କଣ୍ଠା ଜମିଥାଏ। ସଞ୍ଜରେ ବାଲିଯାତ୍ରାରେ ବୁଲିବାର ମଧ୍ୟ ସେତିକି ଖୁସି ଥାଏ।
ପ୍ରତିବର୍ଷ ପରି ଏଥର ମଧ୍ୟ ବାଲିଯାତ୍ରାକୁ ନେଇ ରାଜ୍ୟବାସୀ ଉତ୍ସାହିତ ଅଛନ୍ତି। ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ ଲୋକମାନଙ୍କ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ରାତିରେ ଭିଡ ଜମିବ। ମେଳା ଆରମ୍ଭ ପୂର୍ବରୁ କିଛି ପିଲା ବାଲିଯାତ୍ରାର ପ୍ରବେଶ ସ୍ଥାନରେ ଥିବା ସୁନ୍ଦର ବୋଇତ ସାମ୍ନାରେ ଠିଆ ଫଟୋ ମଧ୍ୟ ନେଉଥିର ମଧ୍ୟ ଦେଖାଯାଉଛି।

from Odisha Reporter https://ift.tt/2S3ussq
No comments:
Post a Comment