କେଜ୍ରିୱାଲ୍‌ଙ୍କ ବାସଭବନରେ ଆକ୍ରମଣର ଶିକାର ହୋଇଥିବା ଆଇଏଏସ୍‌ ଅଂଶୁପ୍ରକାଶଙ୍କ ବଦଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

କେଜ୍ରିୱାଲ୍‌ଙ୍କ ବାସଭବନରେ ଆକ୍ରମଣର ଶିକାର ହୋଇଥିବା ଆଇଏଏସ୍‌ ଅଂଶୁପ୍ରକାଶଙ୍କ ବଦଳି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ଆପ୍‌ ନେତାଙ୍କ ଆକ୍ରମଣର ଶିକାର ହୋଇଥିବାନେଇ ଅଭିଯୋଗ ଆଣିଥିବା ଆଇଏଏସ୍ ତଥା ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କର ବଦଳି ହୋଇଥିବା ଜଣାଯାଇଛି। ଶନିବାର କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା କିଛି ଆଇଏଏସ୍‌ଙ୍କ ବଦଳି ପ୍ରକ୍ରିୟାରେ ତାଙ୍କର ବଦଳି ହୋଇଛି। ସେ ବର୍ତ୍ତମାନ ଡେଲିକମ୍ୟୁନିକେସନ୍‌ ବିଭାଗର ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟଯେ, ଗତ ଫେବୃଆରୀ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ବସିଥିଲା। ତେବେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ମୁଖ୍ୟ ଶାସନ ସଚିବଙ୍କୁ ଧକା ଦେବା ସହ ମାଡ ମାରିଥିବା ଅଂଶୁ ପ୍ରକାଶ ଅଭିଯୋଗ ଆଣିଥିଲେ। ଏପରିକି ଘଟଣାକୁ ଗୁରୁତ୍ୱର ସହ ନେଇ ଦିଲ୍ଲୀ ଆଇଏଏସ୍ ସଂଘ ଏକ ଜରୁରୀକାଳିନ ବୈଠକ ଡାକିବା ସହିତ ଅନିର୍ଦ୍ଦିଷ୍ଟକାଳ ଯାଏଁ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲା।

ଅନ୍ୟପକ୍ଷରେ ୟୁଆଇଡିଏଆଇ ବା ଆଧାର ନିୟାମକର ସିଇଓ ଥିବା ଅଜୟ ଭୂଷଣ ପାଣ୍ଡେ ବର୍ତ୍ତମାନ ଆୟକର ସଚିବ ଦାୟିତ୍ୱ ନେବେ। ତାଙ୍କ ପୂର୍ବରୁ ହସ୍‌ମୁଖ୍‌ ଆଧିଆ ଏହି ଦାୟିତ୍ୱରେ ଥିଲେ।



from Odisha Reporter https://ift.tt/2Kc0ZKa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages