ନୟାଗଡ଼ରେ ବର୍ଷିଲେ ଦାମ: ଅରୁଣ ୧୦୦ କୋଟିର ମାଲିକ କେମିତି ହେଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ନୟାଗଡ଼ରେ ବର୍ଷିଲେ ଦାମ: ଅରୁଣ ୧୦୦ କୋଟିର ମାଲିକ କେମିତି ହେଲେ?

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ରେ ବିଜେଡିରୁ ବହିଷ୍କୃତ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଅରୁଣ ସାହୁଙ୍କ ଗୋହି ଖୋଳିଛନ୍ତି। ୨୦୦୩ରେ ରାଜନୀତିକୁ ଆସିଥିବା ଅରୁଣ ବର୍ତ୍ତମାନ ୧୦୦ କୋଟି ମାଲିକ କେମିତି ହେଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି-“ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ବୁଡ଼ି ରହିଛି। ଏଥିରେ ରାଜ୍ୟବାସୀ ଅତିଷ୍ଠ ହୋଇଗଲେଣି। କେତେକ ବିଧାୟକ ଦୁର୍ନୀତିର ସବୁ ସୀମା ଟପି ଗଲେଣି। ତାଙ୍କ ଭିତରେ ଜଣେ ହେଉଛନ୍ତି ନୟାଗଡ଼ର ବିଧାୟକ ଅରୁଣ ସାହୁ। ତାଙ୍କର ଜନ୍ମ ସ୍ଥାନ ଦଶପଲ୍ଲା ହୋଇଥିବା ବେଳେ ୨୦୦୩ ମସିହାରେ ମୋ ଜରିଆରେ ସେ ରାଜନୀତିକୁ ଆସିଥିଲେ। ଏହା ଭିତରେ ସେ ୧୦୦ କୋଟି ଟଙ୍କାର ମାଲିକ ହୋଇଛନ୍ତି। ବିଜୁ ପକ୍କା ଘରଠାରୁ ପାଣି ପଞ୍ଚାୟତ ପର୍ଯ୍ୟନ୍ତ ସବୁଥିରୁ ସେ ଭାଗ ନେଉଛନ୍ତି। ମୁଁ ଯେଉଁଠି କି ଯାଉଛି, ସେଠି ସଭା ଭଣ୍ଡୁର କରିବାକୁ ଅରୁଣ ଚେଷ୍ଟା କରୁଛନ୍ତି। ମାତ୍ର ସେଥିରେ ସଫଳ ହୋଇପାରୁ ନାହାନ୍ତି।”

ଡାକ୍ତର ରାଉତ କହିଛନ୍ତି-“ଅରୁଣ ସାହୁଙ୍କ ବିରୋଧରେ ଛବି ବର୍ଦ୍ଧନ ହତ୍ୟା ମାମଲା ରହିଛି। ହତ୍ୟାକାଣ୍ଡ ପରେ ଅରୁଣ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଧରି କ୍ରାଇମବ୍ରାଞ୍ଚ ପାଖକୁ ଯାଇଥିଲେ। କ୍ରାଇମବ୍ରାଞ୍ଚ ଦୁଇ ବର୍ଷ ପରେ କହିଲା ଛବି ବର୍ଦ୍ଧନ ବାଡ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସେ ବାଡ଼ିରେ ଗଛ ନାହିଁ। ଯେଉଁ ଗଛ ଅଛି ତାହା ଅଙ୍ଗୁଠି ଭଳି ପତଳା। ସେଥିରେ ଛବି କେମିତି ରଶି ଲଗାଇ ଆତ୍ମହତ୍ୟା କଲେ? ଆଉ ଏବେ ଛବି ହତ୍ୟାକାଣ୍ଡର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ଫୋନ୍‌ରେ ବାରମ୍ୱାର ଧମକ ଦିଆଯାଉଛି। ସେଥିପାଇଁ ତାଙ୍କ ପତ୍ନୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୋ ପାଖରେ ଗୁହାରି କରୁଛି। ଏହାଛଡ଼ା ଅନ୍ୟ ଗୁଡ଼ିଏ ହତ୍ୟା ମାମଲାରେ ମଧ୍ୟ ଅରୁଣ ଜଡ଼ିତ ଅଛି। ନୟାଗଡ଼ର ରଜାଙ୍କ ଦେହାନ୍ତ ଏପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇ ରହିଛି। ଏହା ସତ୍ତ୍ୱେ ରାଜାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ତାଙ୍କ ପତ୍ନୀ ଓ ଶୁଭେଚ୍ଛୁ ଚାହୁଁଛନ୍ତି। କିନ୍ତୁ ସେହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଅରୁଣ ସାହୁ ଦେଉ ନାହାନ୍ତି।”

ଦଳ ଗଢ଼ିବା ନେଇ ଦାମ କହିଛନ୍ତି-“ବିଜୁ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ରଖୁଥିବା କୌଣସି ଲୋକ ବର୍ତ୍ତମାନ ବିଜେଡିରେ ନାହାନ୍ତି। ସେଥିପାଇଁ ଆମେ ଗୋଟିଏ ଦଳ ଗଠନ କରିବାକୁ ଚେଷ୍ଟା କରୁଛୁ। ଯେଉଁଥିରେ ବିଜୁବାବୁଙ୍କ ନାଁ ରହିବ। ଏହି ମାସ ଶେଷ ସୁଦ୍ଧ ଦଳ ଗଠନ କରାଯିବ।”



from Odisha Reporter https://ift.tt/2Be8ygB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages