
କଟକ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ନିଆଁରେ ପୋଡ଼ି ମାଆ ଓ ତାଙ୍କର ଦୁଇ ପୁଅ ଗୁରୁତର ହେବା ଘଟଣାରେ ଦୁଇ ପୁଅଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ ପୁଅ ଦ୍ୱୟ ହେଲେ ଅଭିମନ୍ୟୁ ଏବଂ ରାହୁଲ।
ମାଆ ବଚନ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି। କଟକ ବଡ଼ ଡାକ୍ତରଖାନାରେ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।
ରବିବାର ପୋଡ଼ି ଯାଇ ଗୁରୁତର ହୋଇଥିବା ଏହି ତିନି ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା।
ପାରିବାରିକ କଳହରୁ ତିନି ଜଣଙ୍କ ଏପରି ଅବସ୍ଥା ହୋଇଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ଦେହରେ କିଏ ନିଆଁ ଲଗାଇଛି ନା ବଚନ ନିଜ ଦେହରେ ଓ ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ତେବେ ମହିଳା ଜଣକ ଡାକ୍ତରଙ୍କୁ ଦେଇଥିବା ବୟାନରେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା ବୋଲି କହିଛନ୍ତି। କେହି ଉଦ୍ଦେଶ୍ୟମୂଳକ ଭାବେ ଦୁଇ ପିଲା ଓ ତାଙ୍କ ଦେହରେ ନିଆଁ ଲଗାଇ ଥିବା ସନ୍ଦେହ କରାଯାଉଛି।
ଛୁଆଙ୍କ ପାଠପଢ଼ାକୁ ନେଇ ପୁଅବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ବଚନଙ୍କ ଶାଶୂ କହିଛନ୍ତି।
from Odisha Reporter https://ift.tt/2DxUdx0
No comments:
Post a Comment