ହଟହଟା କଲା ଟିକେଟ୍‌ଜେନୀ, ହତାଶ ହେଲେ ହକିପ୍ରେମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ହଟହଟା କଲା ଟିକେଟ୍‌ଜେନୀ, ହତାଶ ହେଲେ ହକିପ୍ରେମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହକି ବିଶ୍ୱକପ୍‌ର ଫିଭରକୁ ରଙ୍ଗୀନ କରିବା ପାଇଁ ନଭେମ୍ବର ୨୭ ଏବଂ ୨୮ ତାରିଖରେ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଏବଂ ନୂଆ ରାଜଧାନୀ ଭୁବନେଶ୍ୱର ହେବ ଉତ୍ସବ ମୁଖର। ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର ରହମନ୍‌ ଏବଂ କିଙ୍ଗ୍‌ ଖାନ୍‌ ଶାହରୁଖ୍ ଖାନ୍‌ଙ୍କ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହେବାପାଇଁ ଅପେକ୍ଷା କରିଥିଲେ ଟ୍ୱିନ୍‌ ସିଟି ବାସିନ୍ଦାଙ୍କ ସହିତ ସମଗ୍ର ଓଡ଼ିଶାବାସୀ। ପୂର୍ବରୁ ଷ୍ଟାଡିୟମ୍‌ ନିକଟରେ ଉପଲବ୍ଧ ହେଉଥିବା ଅଫ୍‌ଲାଇନ୍ ଟିକେଟ୍‌ ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ହକିପ୍ରେମୀ ଝାମେଲା ଏବଂ ଭଙ୍ଗାରୁଜା କରିବାପରେ ଅନ୍‌ଲାଇନ୍‌ ଟିକେଟ୍‌କୁ ସମସ୍ତେ ଭରସା କରିଥିଲେ। ଆଜି ୧୨ଟା ବେଳକୁ ticketgenie.in ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ହେବାର ଖବର ହକିପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଥିଲା।


ଘଣ୍ଟାରେ ୧୨ଟା ବାଜିବାର ବହୁ ସମୟ ପୂର୍ବରୁ ପ୍ରସ୍ତୁତ ଥିଲା ଡେବିଡ୍‌ ଏବଂ କ୍ରେଡିଟ୍‌ କାର୍ଡ ପରି ପ୍ଲାଷ୍ଟିକ୍‌ ମନି। ପ୍ରସ୍ତୁତ ଥିଲା ମୋବାଇଲ୍‌ ଫୋନ୍‌ର ବ୍ରାଉଜର ଏବଂ କମ୍ପ୍ୟୁଟରର ସ୍କ୍ରିନ୍‌। ଗୋଟିଏ ମେଲ୍‌ ଆଇଡିରେ ମାତ୍ର ୨ଟି ଟିକେଟ୍‌ କିଣିହେବ ବୋଲି ଜାଣିବାପରେ ମଧ୍ୟ ଉତ୍ସୁକତାର ସହିତ ସମସ୍ତେ ଅପେକ୍ଷା କରିଥିଲେ ୧୨ଟା ବାଜିବାକୁ। ୧୨ଟା ବାଜିବାକୁ ଆଉ ଅଳ୍ପ ସମୟ ବାକିଥିଲା ଏବଂ ticketgenie.in ୱେବ୍‌ସାଇଟ୍‌ ଖୋଲା ଆରମ୍ଭ ହେଲା। ହୋମ୍‌ସ୍କ୍ରିନ୍‌ରେ ଓଡ଼ିଶା ହକି ୱାର୍ଲ୍ଡକପ୍ ସଂକ୍ରାନ୍ତୀୟ ସୂଚନା ଦେଖଇ ଏହି ଉତ୍ସୁକତା ଆହୁରି ବଢ଼ିବାରେ ଲାଗିଲା ଏବଂ ସେଥିରେ କ୍ଲିକ୍‌ କରିବାପରେ ଭୁବନେଶ୍ୱର ଏବଂ କଟକ ଲେଖା ଦୁଇଟି ବକ୍ସ ଦେଖି ଏହି ଉତ୍ସାହ ଆହୁରି ଘନୀଭୁତ ହେଲା। କିନ୍ତୁ ଏଥର ସ୍କ୍ରିନ୍‌ରେ ସମସ୍ତଙ୍କୁ ସ୍ୱାଗତ କରୁଥିଲା ସବୁଠାରୁ କଷ୍ଟକର ବାକ୍ୟ ‘This site can’t be reached in.ticketgenie.in took too long to respond.’

କାହିଁକି ଏ ଦୂରବସ୍ଥା
ଏପରି ଅବ୍ୟବସ୍ଥାକୁ ନେଇ ସୋଶଲ ମିଡିଆରେ ଦେଖାଦେଇଛି ବିରୋଧର ସ୍ୱର। ପ୍ରଶ୍ନ ଉଠିବାକୁ ଆରମ୍ଭ ହୋଇଛି ଏତେ ବଡ଼ ଆୟୋଜନ କରାଯାଥିବାବେଳେ ଏକ ଘରୋଇ କମ୍ପାନୀ ଟିକେଟ୍‌ ବିକ୍ରିର ଦାୟିତ୍ୱ ନେଇଥିବାରୁ ସର୍ଭର କିମ୍ବା ଟ୍ରାଫିକ୍‌ ଜନିତ ସମସ୍ୟା ହେବା କଥା ନୁହେଁ। କାରଣ ଏହି ୱେବ୍‌ସାଇଟ୍‌ର ପ୍ରୋଫାଇଲ୍‌ରୁ ଜଣାଯାଉଛି ଏହା ପୂର୍ବରୁ ମଧ୍ୟ ସମଜାତୀୟ ଇଭେଣ୍ଟର ଦାୟିତ୍ୱ ନେଇସାରିଛି।


କିଛି ହକି ପ୍ରେମୀ ଅଭିଯୋଗ ଆଣିଛନ୍ତି ୧୦୨୪ ଟଙ୍କା ପେ’ କରିବା ପରେ ମଧ୍ୟ ସମାନ ପ୍ରତିକ୍ରିୟା ସ୍କ୍ରିନ୍‌ରେ ଦେଖିବାକୁ ପାଇଛନ୍ତି। ବୁକ୍‌ମାଇଁ ଶୋ ପରି କମ୍ପାନୀ ଏଭଳି ବଡ଼ ବଡ଼ କାର୍ଯ୍ୟକ୍ରମ ଭାରତରେ ଏବଂ ଓଡ଼ିଶାରେ ଆୟୋଜନ କରିସାରିଥିବାବେଳେ ଅପରିଚିତ ଟିକେଟ୍‌ଜେନୀକୁ କେଉଁ ଆଧାରରେ ଦାୟିତ୍ୱ ଦିଆଯାଇଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ତେବେ ଟିକେଟ୍‌ ଯଦି ବିକ୍ରି ହୋଇନଥିବ ଭବିଷ୍ୟତରେ ଟିକେଟ୍‌ ସବୁକୁ କିଭଳି ବିକ୍ରି କରାଯିବ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବାରମ୍ବାର ପ୍ରୟାସ ପରେ ଶେଷରେ ‘You are now in line’ ଲିଖିତ ଏକ ପ୍ରତିଶ୍ରୁତି ସହିତ ଟିକେଟ୍‌ କିଣିବାକୁ କିଛି ହକିପ୍ରେମୀ ଅପେକ୍ଷା କରିଛନ୍ତି। ଏହି ଲାଇନ୍‌ରେ ହଜାର ହଜାର ଲୋକ ଅପେକ୍ଷା କରିଥିବାବେଳେ ସତରେ ମିଳିବ କି ନା ତାହା ମଧ୍ୟ ସନ୍ଦେହରେ।



from Odisha Reporter https://ift.tt/2Q8xMW1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages