‘ଠଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌’ ଦେଖି ସିଧା ଅଭିତାଭଙ୍କୁ ଫୋନ୍‌ କଲେ ଯୁବକ କହିଲେ, ମୋ ପଇସା ଫେରାଅ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

‘ଠଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌’ ଦେଖି ସିଧା ଅଭିତାଭଙ୍କୁ ଫୋନ୍‌ କଲେ ଯୁବକ କହିଲେ, ମୋ ପଇସା ଫେରାଅ, ଦେଖନ୍ତୁ ଭିଡିଓ

ମୁମ୍ବାଇ:ଆପଣମାନେ ହଲ୍‌କୁ ସିନେମା ଦେଖିବାକୁ ଯାଉଥିବେ । ଫିଲ୍ମ ହିଟ୍‌ ହେଲେ ଖୁସିତ ହେବେ ନିଶ୍ଚିତ। ଆଉ ଯଦି ଫ୍ଲପ୍‌ ହେଲା ମନଦୁଃଖ ହେବ। ଭାବିବେ ଟିକଟ କାଟି ପଇସା ବେକାର ଗଲା। ହେଲେ ଫିଲ୍ମ ଖରାପ ହୋଇଥିଲେ ଆପଣ କେବେ ଚଳଚଚ୍ଚିତ୍ରର ପଯୋଜକ, ନିର୍ଦ୍ଦେଶକ କିମ୍ବା ଅଭିନେତାଙ୍କୁ ସିଧାସଳଖ ପଇସା ମାଗିଛନ୍ତି କି ? ଆପଣଙ୍କ ଜୀବନରେ ଏହା କେବେ ସମ୍ଭବ ହୋଇ ନଥିବ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଠଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌ ଦେଖି ଜଣେ ଯୁବକ ଅମିତାବ ବଚ୍ଚନଙ୍କୁ ସିଧା ଫୋନ୍‌ କରି ପଇସା ମାଗିଛନ୍ତି। ଫୋନ୍‌ କରି କହୁଛନ୍ତି ହେଲୋ ‘ବଚନ୍ ଜୀ ମୁଁ ଏବେ ଏବେ ଆପଣଙ୍କ ଠଗ୍ସ ଅଫ ହିନ୍ଦୁସ୍ଥାନ୍‌ ଦେଖିଲି । ମୁଁ ପଇସା ଫେରିବାକୁ ଚାହୁଁଛି। ଏହାର ଏକ ଭିଡିଓ ୟୁ-ଟ୍ୟୁବ୍‌ରେ ଅପଲୋଡ଼ ହୋଇଛି। ଏହା ପରେ କ’ଣ ସବୁ ଘଟୁଛି ଆପଣ ସମ୍ପୂର୍ଣ୍ଣ ଭିଡିଓଟି ଦେଖିଲେ ଜାଣିପାରିବେ।

ଏଠି ଆମେ କହି ରଖୁଛୁ ‘ଠଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌’ନୁକେ ନେଇ ଯେଉଁ ଭଳି ପ୍ରଚାର ପ୍ରସାର ଓ ପ୍ରମୋସନ୍‌ କରାଗଲା ସେମିତି ଫିଲ୍ମଟି ଖାସ୍‌ ହୋଇ ନାହିଁ। ସିନେମାର କାହାଣୀ ଦର୍ଶକଙ୍କୁ ଛୁଇଁ ପାରି ନାହିଁ। ଆମିର ଖାନ୍‌ଙ୍କ ଫିଲ୍ମ ତଥା ୟଶ୍‌ ରାଜ୍‌ ଫିଲ୍ମସ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ ଜବରଦସ୍ତ ଓପନିଂ ହୋଇଥିଲେ ମଧ୍ୟ ଦର୍ଶକଙ୍କ ଆଦୃତି ଲାଭ କରିପାରିନାହିଁ। ଫଳରେ ଫିଲ୍ମକୁ ନେଇ ସୋଶାଲ୍‌ ମିଡିଆରେ ସମାଲୋଚନା କରାଯାଉଛି। ଆଉ ଏହାକୁ ନେଇ ଭିନ୍ନ ଭିନ୍ନ ତରିକାରେ ମଧ୍ୟ ଟ୍ରଲ୍‌ କରାଯାଉଛି।



from Odisha Reporter https://ift.tt/2qLLdgh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages