ଥାନା ଭିତରେ ଆଇନ୍‌ଜୀବୀଙ୍କୁ ପିଟିଲା ପୁଲିସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଥାନା ଭିତରେ ଆଇନ୍‌ଜୀବୀଙ୍କୁ ପିଟିଲା ପୁଲିସ!

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): କଟକରେ ଆଇନ୍‌ଜୀବୀଙ୍କୁ ମାଡ଼ ଘଟଣା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫ ଦାବିରେ ଆଇନ୍‌ଜୀବୀମାନେ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯାହା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହି ଘଟଣା ସମାଧାନ ହୋଇନଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭିତରେ ଆଇନ୍‌ଜୀବୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଥାନାଧିକାରୀ ଓ କର୍ମଚାରୀମାନେ ଆଇନ୍‌ଜୀବୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଆହତ ଆଇନ୍‌ଜୀବୀ ହରପ୍ରସାଦ ଦାସଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ହରପ୍ରସାଦ ଥାନାକୁ ଯାଇଥିଲେ। ଏହି ସମୟରେ ପୁଲିସ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଇନ୍‌ଜୀବୀଙ୍କୁ ଥାନାଧିକାରୀ ଓ ପୁଲିସ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ବୁଗୁଡ଼ା ଆଇନ୍‌ଜୀବୀ ସଂଘର ବୈଠକ ବସିଛି। ବୈଠକରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବୁଗୁଡ଼ା ଓକିଲ ସଂଘ ସଭାପତି ବନବାସୀ ନାୟକ।

ଅଭିଯୋଗକୁ ନେଇ ବୁଗୁଡ଼ା ପୁଲିସର ପ୍ରତିକ୍ରିୟା ମିଳିପାରିନି।



from Odisha Reporter https://ift.tt/2DBm2p0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages