ନିଜ ଲଭ ଷ୍ଟୋରୀ ଶେୟାର କଲେ ବାରାକଙ୍କ ପତ୍ନୀ: କହିଲେ ପହିଲି ଦେଖାରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ନିଜ ଲଭ ଷ୍ଟୋରୀ ଶେୟାର କଲେ ବାରାକଙ୍କ ପତ୍ନୀ: କହିଲେ ପହିଲି ଦେଖାରେ…

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିଶେଲ ଓବାମା ନିଜର ଲଭ୍‌ ଲାଇଫ୍‌ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସ୍ୱାମୀ ବାରାକ୍‌ ଓବାମାଙ୍କ ସହ  ପ୍ରଥମ ଭେଟଘାଟର ଅନୁଭୂତି ବଖାଣିଛନ୍ତି । ମିଶେଲ କହିଛନ୍ତି ଯେ, ପ୍ରଥମ ଦେଖାରେ ବାରାକ ଓବାମାଙ୍କ ଆକର୍ଷଣୀୟ ଯୌବନ ଓ ସୁନ୍ଦର ଚେହେରା ଏବଂ ତାଙ୍କ ଷ୍ଟାଇଲ ମୋ ମନ କିଣିନେଇଥିଲା। କିନ୍ତୁ ପ୍ରଥମ ଦେଖାରେ ବାରାକଙ୍କୁ  ଡେଟ୍‌ କରିବା ପାଇଁ ମୁଁ ଭୟ କରିଥିଲି। କିନ୍ତୁ ବାରାକଙ୍କୁ ସେ ମନେ ମନେ ଭଲ ପାଉଥିଲେ। ସେତେବେଳେ ସେ ସିକାଗୋର ଏକ ଲ’ ଫାର୍ମରେ କାମ କରୁଥିଲେ।

ଆଉ ବାରାକ ଓବାମା ୧୯୮୯ରେ ସେହି ଫାର୍ମରେ କାମ କରିବାର ଥିଲା। ଠିକ୍‌ ସେହି ସମୟରେ ଉଭୟଙ୍କ ମଧ୍ୟରେ ଭେଟ ହୋଇ ଥିଲା। ତେବେ ଉକ୍ତ ଲ’ ଫାର୍ମରେ କାମ କରିବା ପୂର୍ବରୁ ବାରାକଙ୍କ ବିଷୟରେ ଅନେକ ଭଲ କଥା ଶୁଣିଥିଲେ ମିଶଲେ। ତଥାପି ତାଙ୍କ ଠାରୁ ମୁଁ ଦୂରେଇ ରହୁଥିଲି । ତାଙ୍କ ଦ୍ୱାରା ପ୍ରଭାବିତ ନହେବା ପାଇଁ ଚେଷ୍ଟା କଲି। ତଥାପି ତାଙ୍କ ଉପରେ ମୋର ଆତ୍ମବିଶ୍ୱାସ ବଢ଼ିବାରେ ଲାଗିଲା। ତାଙ୍କର ବ୍ୟକ୍ତିତ୍ୱ ତାଙ୍କ ଠାରୁ ମତେ ଦୂରେଇ ପାରିଲା ନାହିଁ। ତାଙ୍କ ପ୍ରତି ମୋର ଦୁର୍ବଳତା ବଢ଼ିବାରେ ଲାଗିଲା। ହେଲେ ମୁଁ ମୋ ମନର କଥା ତାଙ୍କୁ କହିପାରୁ ନଥିଲି। ତାଙ୍କ ସହ ଡେଟ୍‌ କରିବାକୁ ଇଚ୍ଛା ଥିଲେ ମଧ୍ୟ କହିବାକୁ ଡରିଥିଲି। ଉକ୍ତ ଲ’ ଫାର୍ମରେ ମୁଁ ତାଙ୍କର ପରାମର୍ଶଦାତା ଥିଲି। ତେଣୁ କାମରେ ବି ଭାରି ବ୍ୟସ୍ତ ରହୁଥିଲି।

ମିଶେଲ କହିଛନ୍ତି ଯେ, ବାରାକ ବହୁତ ଧୂମପାନ କରୁଥିଲେ। ଯାହାକୁ ସେ ଆଦୌ ପସନ୍ଦ କରୁ ନଥିଲେ। କିନ୍ତୁ ଦିନେ ଲଞ୍ଚ ସମୟରେ ବାରାକ ନିଜ ଆଡ଼ୁ ମିଶଲେଙ୍କୁ ପ୍ରସ୍ତାବ ଦେଇଥିଲେ। କହିଥିଲେ ଆମେ କେଉଁ ଏକ ବାହାର ସ୍ଥାନକୁ ଯିବା ଉଚିତ୍। ସେତେବେଳେ ମିଶେଲ ପଚାରିଥିଲେ ବାହାରକୁ ଯିବା ଅର୍ଥାତ ତୁମେ ଆଉ ମୁଁ ତ? ଏହା ପରେ ଉଭୟଙ୍କ ପ୍ରେମ କାହାଣୀ ଆଗକୁ ବଢ଼ିଥିଲା। ପରେ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ। ଆଉ ସାତଜନମ ପାଇଁ ଏକାଠି ଚାଲିବାକୁ ଶପଥ ନେଇଥିଲେ।



from Odisha Reporter https://ift.tt/2A9Uv9W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages