
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ବାଜିବ ହକି ମହାକୁମ୍ଭର ବିଗୁଲ। ଜମିବ ସାରା ବିଶ୍ୱରୁ ହକି ପ୍ରେମୀଙ୍କ ଭିଡ଼। ତେବେ ଏହି ଭିଡ଼କୁ ନଜରରେ ରଖି ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି କମିଶନ୍ରେଟ୍ ପୁଲିସ। କଳିଙ୍ଗ ଷ୍ଟାଡିୟମ୍ ସମେତ ବାହାରେ ୧୦ଟି ପାର୍କିଂ ପ୍ଲେସ୍ ସହ ଗୁଗଲ୍ ଆପ୍ରେ ସାହାର୍ଯ୍ୟ ନିଆଯିବ। ରୁଟ୍ ଚାଟ୍ ସହ ଦର୍ଶକଙ୍କୁ ତଥ୍ୟ ଯୋଗାଇବ ଏହି ଆପ୍।
ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମ୍ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଦେଖିବାକୁ ମିଳିଛି ହକି ଫିଭର୍। ତେବେ ଏହି ମେଗା ଇଭେଣ୍ଟରେ ପାର୍କିଂ ବ୍ୟବସ୍ଥା ହେବ ପୁଲିସ ପାଇଁ ବଡ଼ ଚାଲେଞ୍ଜ। ଟ୍ରାଫିକ ସମସ୍ୟା ଓ ଭିଡ଼କୁ ଆଖିରେ ରଖି ପାର୍କିଂ ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ।
ଉଦ୍ଘାଟନୀ ଉତ୍ସବରୁ ଫାଇନାଲ୍ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଭିତରେ ଓ ବାହାରେ ୧୦ଟି ପାର୍କିଂ ସ୍ଥାନକୁ ଚିହ୍ନଟ କରାଯାଇଛି। ଷ୍ଟାଡିୟମ ଭିତରେ ଭିଆଇପି, ଅଫିସିଆଲ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଶାଇ ପ୍ରାୟ ୫୦୦ ଗାଡ଼ି ପାଇଁ ୩ଟି ସ୍ଥାନ ଚିହ୍ନଟ ହୋଇଛି। ଏହାଛଡ଼ା ଜନତା ମଇଦାନ, ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ ଭଳି ୭ଟି ସ୍ଥାନରେ ଦର୍ଶକଙ୍କ ପାଇଁ ପାର୍କିଂ ପ୍ଲେସ ରହିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ଜନତା ମଇଦାନରୁ ଷ୍ଟାଡିୟମକୁ ଆସିବା ପାଇଁ ସ୍ୱତନ୍ତ୍ର ଭାବେ ରହିବ ୩୦ଟି ‘ମୋ ବସ’। ଏଥିପାଇଁ ଦର୍ଶକଙ୍କୁ ଦେବାକୁ ପଡ଼ିବ ୧୫ ଟଙ୍କା। ସେହିପରି ଅନ୍ୟ ୬ଟି ପାର୍କିଂ ପ୍ଲେସର ଟେଣ୍ଡର କରାଯାଇଛି। ପ୍ରତି ପାର୍କିଂ ପ୍ଲେସରେ ପୁଲିସ ମୁତୟନ ରହିବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦୦ ପୁଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି।
ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ସୁଚାରୁରୂପେ ପରିଚାଳିତ କରିବା ପାଇଁ ଟେକ୍ନୋଲଜିର ସାହାଯ୍ୟ ନେଇଛି କମିଶନରେଟ୍ ପୁଲିସ।
ପାର୍କିଂ ସମ୍ବନ୍ଧୀୟ ତଥ୍ୟ ପାଇଁ ଦୁଇଟି ଗୁଗୁଲ୍ ଆପ୍ର ଶୁଭାରମ୍ଭ ହେବ। ଯେଉଁଥିରେ ପାର୍କିଂ ପ୍ଲେସ୍ ସହ ଟ୍ରାଫିକ୍ ସମ୍ପର୍କିତ ତଥ୍ୟ ରହିବ। ସେପଟେ ଉଦ୍ଘାଟନୀ ଉତ୍ସବ ପରେ ଦି’ ଓ୍ୱାର୍ଲଡ୍ ଛକଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତାକୁ ଦିନ ୨ରୁ ରାତି ୧୦ ଯାଏ ନୋ ଭେଇକିଲ୍ ଜୋନ୍ ଘୋଷଣା କରାଯିବ।
from Odisha Reporter https://ift.tt/2TuRB8G
No comments:
Post a Comment