ମୋଦିଙ୍କ ପ୍ରଶ୍ନର ଉତ୍ତର ତାଲିକାରେ ଦେଲେ ଚିଦାମ୍ବରମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ମୋଦିଙ୍କ ପ୍ରଶ୍ନର ଉତ୍ତର ତାଲିକାରେ ଦେଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: କଂଗ୍ରେସ ଜଣେ ଅଣଗାନ୍ଧି ପରିବାର ସଦସ୍ୟଙ୍କୁ ୫ ବର୍ଷ ପାଇଁ ସଭାପତି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଆହ୍ୱାନର ଉତ୍ତର ରଖିଛନ୍ତି ପି ଚିଦାମ୍ବରମ୍‌।ସେ ଏକ ତାଲିକା ମାଧ୍ୟମରେ ଏହାର ଉତ୍ତର ରଖିଛନ୍ତି ଯେଉଁମାନେ କି ଗାନ୍ଧି ପରିବାରର ସଦସ୍ୟ ନୁହନ୍ତି।

ସେ ମୋଦିଙ୍କୁ ଧନ୍ୟବାଦ ଜଣାଇ ଟ୍ୱିଟ୍‌ ଆରମ୍ଭ କରିଛନ୍ତି, ଯେଉଁଥିରେ ଲେଖିଛନ୍ତି ଧନ୍ୟବାଦ ଏଥିପାଇଁ ଯେ ଆପଣ କଂଗ୍ରେସର ସଭାପତି ନିର୍ବାଚନକୁ ନେଇ ଚିନ୍ତିତ ଅଛନ୍ତି। ଏହାର ଅଧା ସମୟ ଆପଣ ଜିଏସ୍‌ଟି, ରାଫେଲ୍‌, ସିବିଆଇ ଏବଂ ଆରବିଆଇ ଆଦି ବାବଦରେ ଉତ୍ତର ରଖିବାରେ ସମୟ ଦେଇପାରିଥାନ୍ତେ।

ଏହାପରେ ସେ ୧୯୪୭ ପରେ କିଛି ଅଣଗାନ୍ଧି ପରିବାର ଜନ୍ମିତ ସଭାପତିଙ୍କ ନାମ ଉଲ୍ଲେଖ କରିଛନ୍ତି। ଏଥିରେ ଆଚାର୍ଯ୍ୟ କୃପାଳିନୀ, ପଟ୍ଟଭି ସିତାରମାୟା, ପୁରୁଷୋତ୍ତମଦାସ ଟଣ୍ଡନ୍‌, ୟୁଏନ୍‌ ଧେବର, ସଞ୍ଜୀବ ରେଡ୍ଡୀ, ନିଜାଲିଙ୍ଗପ୍ପା, ସି ସୁବ୍ରମଣ୍ୟନ୍, ଜଗଜ୍ଜୀବନ୍‌ ରାମ୍‌, ଶଙ୍କର ଦୟାଲ୍‌ ଶର୍ମା ଏବଂ ପିଭି ନରସିଂହା ରାଓ ଆଦିଙ୍କ ନାମ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2QXgU1m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages