କମ୍ପ୍ରୋମାଇଜ୍ ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ, କିନ୍ତୁ ହିରୋଇନ୍‌ଙ୍କ ବ୍ୟବହାରକୁ ନେଇ ହଙ୍ଗାମା ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

କମ୍ପ୍ରୋମାଇଜ୍ ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ, କିନ୍ତୁ ହିରୋଇନ୍‌ଙ୍କ ବ୍ୟବହାରକୁ ନେଇ ହଙ୍ଗାମା ହେଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଓଲିଉଡ୍‌ର ଫିଲ୍ମ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ ଚର୍ଚ୍ଚାରେ ଥିବାବେଳେ, ଏବେ ଏହି ଘଟଣାକୁ ନେଇ ଉଭୟେ ମିଳିମିଶି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ହେଲେ ଏହି ସାମ୍ବାଦିକ ସମ୍ମିଳନୀରେ ହଙ୍ଗାମା ହୋଇଗଲା।

ସାମ୍ବାଦିକମାନେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବାରୁ ହିରୋଇନ୍‌ ଏଲ୍‌ସା ଘୋଷ ପ୍ରତିକ୍ରିୟାଶୀଳ ହୋଇ ପାଟିତୁଣ୍ଡ କରିଥିଲେ ଓ ସାମ୍ବାଦିକ ସମ୍ମିଳନୀ ଛାଡ଼ି ପଲେଇଥିଲେ। ତିନିଦିନ ତଳେ ଏଲ୍‌ସା ଏକ ହୋଟେଲ୍‌ରେ ତାଙ୍କ ନୂଆ ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକଙ୍କୁ ଯେଉଁ ବ୍ୟବହାର ଦେଖାଇଥିଲେ, ଏଠି ସେ ଘଟଣା ପାଇଁ ଭୁଲ ମାଗିଥିଲେ।

କିନ୍ତୁ ସାମ୍ବାଦିକମାନେ, ସେତେବେଳେ ଏଲ୍‌ସା ତାଙ୍କ ନିର୍ଦ୍ଦେଶକଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ମି-ଟୁ ଏବଂ କାଷ୍ଟିଂ କାଉଚ୍‌ ସହ ଯୋଡ଼ି ପ୍ରଶ୍ନ କରିବାରୁ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ଏହାକୁ ନେଇ ସେଠାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତିକି ଏମିତି ପ୍ରଶ୍ନ ନପଚାରିବାକୁ ଆୟୋଜକ ଓ ଏଲ୍‌ସାଙ୍କ ପକ୍ଷରୁ ସାମ୍ବାଦିକଙ୍କୁ ବାରମ୍ବାର ବାରଣ କରାଯାଉଥିଲା। ତେବେ ସାମ୍ବାଦିକ ପ୍ରଶ୍ନରେ ଘାଇଲା ହୋଇ ସାମ୍ବାଦିକ ସମ୍ମିଳନୀରୁ ଏଲ୍‌ସା ତରବରିଆ ଭାବେ ଉଠି ଯାଉଥିଲା ବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତିକି ଏଲ୍‌ସାଙ୍କ ପ୍ରତିକ୍ରିୟା ନେବାକୁ ସାମ୍ବାଦିକମାନେ ତାଙ୍କ ପିଛା କରିଥିଲେ।

ସୂଚନା ଯୋଗ୍ୟ ଯେ,ଏଲ୍‌ସାଙ୍କ ଆଗାମୀ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ଅଡ଼ିଓ ରିଲିଜ୍‌ କାର୍ଯ୍ୟକ୍ରମ ଗତ ବୁଧବାର ଭୁବନେଶ୍ୱରସ୍ଥିତ ଆର୍ଯ୍ୟ ପ୍ୟାଲେସ୍‌ ହୋଟେଲରେ ଥିଲା। ଫିଲ୍ମର ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହେଲେ ସେଠାରେ ଅଚାନକ ଅଭିନେତ୍ରୀ ଏଲ୍‌ସା ଦିଲୀପ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତୁମ୍ଭିତୋଫାନ କରିଥିଲେ। ଏଲ୍‌ସା ଦିଲୀପଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ଏହାପରେ ଦିଲୀପ ପଣ୍ଡା ଏବଂ ତାଙ୍କର କିଛି ସହଯୋଗୀ ସାମ୍ବାଦିକ ସମ୍ମିଳନୀ ଡାକି ଏଲ୍‌ସାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ। ଦିଲୀପ କହିଥିଲେ, ଜଣେ ନିର୍ଦ୍ଦେଶକଙ୍କୁ ଏଲ୍‌ସା ‘ଜିରୋ’ କହି ତାଙ୍କୁ ଅପମାନ କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଜିରୋ ପ୍ରସଙ୍ଗରେ ବି ସାମ୍ବାଦିକମାନେ ଏଲ୍‌ସାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ। ହେଲେ ଏଲ୍‌ସା କହିଥିଲେ, ସେହି ସମୟରେ ଦିଲୀପ୍‌ ସାର୍‌ଙ୍କ ବ୍ୟବହାର ମତେ ଖରାପ ଲାଗିଥିଲା। ତେଣୁ ମୁଁ ଉତ୍ତେଜିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲି। ମୋର ସେମିତି କିଛି ଚିନ୍ତାଧାରା ନଥିଲା। ପରେ ଯେତେବେଳେ ସେ ମିଡିଆ ଆଗରେ ମୋର ଅଭିନୟର ପ୍ରଶଂସା କରିବାର ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଜଣେ ଅଭିନେତ୍ରୀ ଓ ନିର୍ଦ୍ଦେଶଙ୍କ ସଂପର୍କ ହେଉଛି ଗୁରୁ ଶିଷ୍ୟର। ତେଣୁ ମୁଁ ସେଦିନର ଘଟଣା ପାଇଁ ଦୁଃଖିତ।



from Odisha Reporter https://ift.tt/2Tl7lev

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages