ତ୍ୱଚାକୁ ସୁନ୍ଦର କରେ ଗୋଲାପ ଜଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ତ୍ୱଚାକୁ ସୁନ୍ଦର କରେ ଗୋଲାପ ଜଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ନିଜ ତ୍ୱଚାକୁ ପ୍ରାକୃତିକ ଉପାୟରେ ସୁନ୍ଦର କରିବା ପାଇଁ ଚାହୁଁଛନ୍ତି,ତେବେ ଆପଣ ବ୍ୟବହାର କରୁଥିବା ବିୟୁଟି ପ୍ରଡକ୍ଟସ୍‌ରେ ଗୋଲାପ ଜଳକୁ ସାମିଲ୍‌ କରନ୍ତୁ। ଗୋଲାପ ଜଳରେ ପ୍ରାକୃତିକ ଉପଚାର ଏବଂ ଆଣ୍ଟିସେଫ୍‌ଟିକ୍‌ ଗୁଣ ରହିଛି। ଏହା ଆପଣଙ୍କ ମୁହଁକୁ କ୍ଲିଞ୍ଜିଙ୍ଗ୍‌ କରିଥାଏ।
ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍‌ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ।
ଗୋଲାପ ଜଳର ବ୍ୟବହାର ଦ୍ୱାରା ଆପଣ ସତେଜ ଅନୁଭବ କରିଥା’ନ୍ତି। ଏହା ସହିତ ଗୋଲାପ ଜଳ ସବୁ ପ୍ରକାର ସ୍କିନ୍‌ ପାଇଁ ମଧ୍ୟ ଉପକାରୀ ହୋଇଥାଏ।

୧. ଯଦି ଆପଣ ଆୟୁର୍ବେଦିକ ଗୋଲାପ ଜଳ ବ୍ୟବହାର କରୁଛନ୍ତି,ତେବେ Kama Ayurveda Pure Rose Water ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ। ଏହି ଗୋଲାପ ଜଳ ବଜାରରେ ୧,୦୫୦ ଟଙ୍କାରେ ମିଳୁଛି।
୨. Body Herbals Calming Rose Water Facial Mist ଗୋଲାପ ଜଳ ଏକ ସୁଗନ୍ଧଯୁକ୍ତ ଗୋଲାପ ଜଳ। ଏହା ଆପଣଙ୍କ ତ୍ୱଚାର ରୁକ୍ଷତାରେ ସୁଧାର ଆଣିଥାଏ। ଏହାକୁ ଆପଣ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ। ବଜାରରେ ଏହା କେବଳ ୨୬୯ ଟଙ୍କାରେ ମିଳୁଛି।
୩. Ancient Living Organic Rose Water ଏକ ଆୟୁର୍ବେଦିକ ଗୋଲାପ ଜଳ। ଏଥିରେ ବିଭିନ୍ନ ପ୍ରକାର ପ୍ରାକୃତିକ ତେଲକୁ ମିଶ୍ରଣ ହୋଇଛି। ଏହା କେବଳ ମୁହଁ ନୁହେଁ, କେଶ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏହାକୁ ଆପଣ କେଶରେ ବ୍ୟବହାର କରିପାରିବେ। ଏହା ବଜାରରେ ମାତ୍ର ୨୩୦ ଟଙ୍କାରେ ମିଳୁଛି।



from Odisha Reporter https://ift.tt/2qGAGD9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages