ମହିଳା ଟି୨୦ ବିଶ୍ୱକପ୍‌: ମିତାଲିଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମହିଳା ଟି୨୦ ବିଶ୍ୱକପ୍‌: ମିତାଲିଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ଗୁଏନା: ମହିଳା ଟି୨୦ ବିଶ୍ୱକପ୍‌ର ବି’ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଏହାର ସର୍ବକାଳୀନ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ପାରିଛି। ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମିତାଲି ରାଜ୍‌ଙ୍କ ଅର୍ଦ୍ଧଶତକ ବଳରେ ଏହା ସମ୍ଭବ ହୋଇପାରିଛି । ତେବେ ସେ ୪୭ ବଲ୍‌ ଖେଳି ୭ଟି ଚୌକା ସାହାଯ୍ୟରେ ୫୬ ରନ୍‌ କରିବା ଯେତିକି ଚର୍ଚ୍ଚିତ ନଥିଲା, ଚର୍ଚ୍ଚାରେ ଥିଲା ଭାରତ ବିନା ବଲ୍‌ରେ ୧୦ ରନ୍‌ରୁ ଖେଳ ଆରମ୍ଭ କରିବା।

କାହିଁକି ମିଳିଲା ୧୦ ରନ୍‌
ପିଚ୍‌ର ବିପଜ୍ଜନକ ବା ନିଷିଦ୍ଧାଞ୍ଚଳରେ ପାକିସ୍ତାନ ଇନିଂସ୍‌ରେ ବ୍ୟାଟ୍ସମ୍ୟାନ୍‌ମାନେ ବାରମ୍ବାର ସେହି ଅଞ୍ଚଳକୁ ଯିବାରୁ ଭାରତକୁ ଏପରି ଫାଇଦା ହୋଇଥିଲା। ପ୍ରଥମେ ସେମାନଙ୍କୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ସେମାନେ ଏପରି ବାରମ୍ବାର କରିବାରୁ ୨ ଥର ଏହି ଦଣ୍ଡ ଲାଗୁ ହୋଇ ୧୦ ରନ୍‌ ବୋନସ୍‌ ମିଳିଥିଲା। ଏହାକୁ ‘ରନିଂ ଅନ୍‌ ଦି ୱିକେଟ୍‌’ ବା ‘ରନିଂ ଅନ୍‌ ଦି ପ୍ରୋଟେକ୍ଟେଡ୍‌ ଏରିଆ’ ପେନାଲ୍ଟି କୁହାଯାଏ। ପ୍ରତିଥର ଭୁଲ୍‌ରେ ପ୍ରତିପକ୍ଷକୁ ୫ ରନ୍‌ ଲେଖାଏ ମିଳିଥାଏ ଏବଂ ଅନ୍ୟ କଠୋର ଦଣ୍ଡ ବିଧାନ ମଧ୍ୟ ହୋଇଥାଏ। ‘ପ୍ରୋଟେକ୍ଟେଡ୍‌ ଏରିଆ’ ଏକ କାଳ୍ପନିକ ଆୟତାକାର କ୍ଷେତ୍ର ଯାହାକି ଦୁଇ ୱିକେଟ୍‌ ମଧ୍ୟବର୍ତ୍ତୀ ଅଞ୍ଚଳ। ସେହି ସ୍ଥାନରେ ବଲ୍‌ ପଡ଼ିଲେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅସୁବିଧା ହେବାର ଥିବାରୁ ଏହାକୁ ନିଷିଦ୍ଧ କରାଯାଇଛି। ୨୦୦୫ ମସିହାରେ ଫୈସଲାବାଦ୍‌ଠାରେ ଖେଳାଯାଉଥିବା ପାକିସ୍ତାନ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ସହିଦ୍‌ ଆଫ୍ରିଦି ଜାଣିକରି ଉକ୍ତ ସ୍ଥାନକୁ ଜୋତା ମାରିନଷ୍ଟ କରିବାରୁ ତାଙ୍କୁ ଗୋଟିଏ ଟେଷ୍ଟ ଏବଂ ୨ଟି ଦିନିକିଆରୁ ବାସନ୍ଦ କରାଯାଇଥିଲା।

ଭାରତୀୟ ଇନିଂସ୍‌
ଭାରତ ପାଇଁ ପାକିସ୍ତାନ ଦେଇଥିବା ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୯ ଓଭରରେ ଅର୍ଥାତ ୬ଟି ବଲ୍‌ ବାକିଥାଇ ଜିତି ନେଇଥିଲା। ଭାରତ ବିଜୟୀ ହେବା ବେଳକୁ ପୂର୍ବ ମ୍ୟାଚ୍‌ର ଶତକ ହାସଲକାରୀ ତଥା ଅଧିନାୟକ ହରମନ୍‌ପ୍ରୀତ କୌର ୧୪ ରନ୍‌ରେ ଏବଂ ବେଦ କ୍ରିଷ୍ରମୂର୍ତ୍ତି ୮ ରନ୍‌ରେ ଅପରାଜିତ ଥିଲେ। ଆଜି ୧୦ ରନ୍‌ ବୋନସ୍‌ ସହିତ ଇନିଂସ୍‌ ଆରମ୍ଭ କରିବା ପରେ ମିତାଲି ଏବଂ ସ୍ମୃତି ମାନ୍ଧନା ବାଉଣ୍ଡରୀର ବର୍ଷା ସହିତ ୯.୩ ଓଭର ବେଳକୁ ୭୩ ରନ୍‌ର ଭାଗିଦାରୀ ଖେଳିପାରିଥିଲେ। ମାନ୍ଧନା ବିସ୍‌ମା ମାରୁଫ୍‌ଙ୍କ ଓଭର୍‌ରେ ଓମୈମା ସୋହେଲଙ୍କ ହାତରେ ଧରା ପଡ଼ିଥିଲେ।

ପାକିସ୍ତାନ ଇନିଂସ୍‌
ଟସ୍‌ ଜିତି ବୋଲିଂ ନିଷ୍ପତ୍ତିକୁ ଟିମ୍‌ ଇଣ୍ଡିଆ ସଠିକ୍‌ ମାର୍ଗରେ ଉପଯୋଗ କରି ପାକିସ୍ତାନର ଦଳୀୟ ସ୍କୋର ୩୦ ପହଞ୍ଚିବାବେଳକୁ ୩ଟି ୱିକେଟ୍‌ ଖସାଇ ପାରିଥିଲା। ଏହାପରେ ବିସ୍‌ମା ମାରୁଫ୍‌ ଏବଂ ନିଦା ଦର୍‌ ଯଥାକ୍ରମେ ୫୩ ଏବଂ ୫୨ ରନ୍‌ର ଇନିଂସ୍‌ ଖେଳି ପାକିସ୍ତାନର ଇନିଂସ୍‌ ସମ୍ଭାଳିନେଇଥିଲେ। ନିଦା ଦର୍‌ ଦୁଇ ଦୁଇ ଥର ପୁର୍ନଜୀବନ ପାଇଥିଲେ। ଥରେ ଏକାଦଶ ଓଭରରେ ୧୫ ରନ୍‌ କରିଥିବା ସମୟରେ କ୍ରିଷ୍ରମୂର୍ତ୍ତି କ୍ୟାଚ୍‌ ମିସ୍‌ କରିଥିଲେ ଏବଂ ଏହାପରେ ତ୍ରୟୋଦଶ ଓଭର୍‌ରେ ତାଙ୍କ ସ୍କୋର ୨୩ ରନ୍‌ ହୋଇଥିବା ସମୟରେ ପୁନମ୍‌ ଯାଦବ କ୍ୟାଚ୍‌ ମିସ୍‌ କରିଥିଲେ। ପୁନମ୍‌ ପୁଣି ଥରେ ସମାନ ଭୁଲ୍‌ ଦୋହରାଇ ମାରୁଫ୍‌ଙ୍କ କ୍ୟାଚ୍‌ ମଧ୍ୟ ମିସ୍‌ କରିଥିଲେ, ସେତେବେଳକୁ ତାଙ୍କ ସ୍କୋର ଥିଲା । ଏଭଳି ସ୍ଥିତିରେ କ୍ୟାଚ୍‌ ମିସ୍‌ ପାଇଁ ମ୍ୟାଚ୍‌ ମିସ୍‌ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା।

ଆଜିର ମ୍ୟାଚ୍‌ରେ ବିଜୟ ପରେ ମିଳିଥିବା ୪ ପଏଣ୍ଟ ସହିତ ‘ବି’ ଗ୍ରୁପ୍‌ରୁ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ଦୃଢ଼ ହୋଇଛି। ଅନ୍ୟପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମିତାଲି ରାଜ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।



from Odisha Reporter https://ift.tt/2qHElAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages