ଆଧ୍ୟାତ୍ମିକତା ଅଭାବରୁ ବିଶୃଙ୍ଖଳା ହେଉଛି: ପୁରୀ ଗଜପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଆଧ୍ୟାତ୍ମିକତା ଅଭାବରୁ ବିଶୃଙ୍ଖଳା ହେଉଛି: ପୁରୀ ଗଜପତି

gajapati

ପୁରୀ (ଓଡ଼ିଶା ରିପୋର୍ଟର): “ଆଧ୍ୟାତ୍ମିକତାର ଅଭାବରୁ ବିଶ୍ୱରେ ଏବେ ବିଶୃଙ୍ଖଳା ଦେଖାଦେଉଛି। ଆଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର ମୂଳ କାରଣ ହୋଇଛି। ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଗଜପତି ମହାରାଜା କହିଛନ୍ତି-“ସମଗ୍ର ବିଶ୍ୱରେ ଯେତେ ବିଶୃଙ୍ଖଳା ଦେଖାଦେଉଛି, ତାର କାରଣ ହେଉଛି ଆଧ୍ୟାତ୍ମିକତାର ଅଭାବ। ମଣିଷର ଚରିତ୍ର ତଳକୁ ଖସିଛି। ମଣିଷ ପଶୁତ୍ୱ ଆଡ଼କୁ ଆଗେଇ ଚାଲିଛି। ପ୍ରତ୍ୟେକ ଓଡ଼ିଆ ମହାପ୍ରଭୁଙ୍କ ଆଦର୍ଶ ଭକ୍ତ ହୁଅନ୍ତୁ। ଏହାଦ୍ୱାରା ସବୁ ସମାଧାନ ହୋଇଯିବ।”

ଏଥିସହିତ ସେ ‘ମେକ୍‌ ଇନ୍‌ ଓଡ଼ିଶା’ରେ ‘ଜଗରନଟ୍’ ଶବ୍ଦର ବ୍ୟବହାରକୁ ନାପସନ୍ଦ କରିଛନ୍ତି।

ସୂଚନାରୁ ପ୍ରକାଶ, ୨୦୧୫ ମସିହାରେ ଶ୍ରୀଜୀଉଙ୍କ ନବକଳେବରରେ ଦାରୁ ଚୟନରେ ବଡ଼ ଧରଣର ଫିକ୍ସିଂ ହୋଇଥିଲା। ଦଇତାମାନେ ପଇସା ନେଇ ଦାରୁ ଚୟନ କରିଥିଲେ ବୋଲି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ସାଂଘାତିକ ଅଭିଯୋଗ ଆଣିଥିଲେ। ଏହି ଖବର ସମଗ୍ର ଓଡ଼ିଶାରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏପରିକି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ବିଶ୍ୱାସ ଉପରେ ପ୍ରଚଣ୍ଡ ଆଘାତ ଦେଇଥିଲା। ଯାହାକୁ ନେଇ ଗତକାଲି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଉ ଆଜି ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜ ନିଜର ପ୍ରତିକ୍ରିୟାରେ ଏହା କହିଛନ୍ତି।



from Odisha Reporter https://ift.tt/2BbmiZl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages