ଅନଅଫିସିଆଲ୍‌ ଟେଷ୍ଟ: ଭାରତ ଏ ୪୬୭/୮ରେ ପାଳିଘୋଷଣା, ନ୍ୟୁଜିଲ୍ୟାଣ୍ଡର ଦୃଢ଼ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଅନଅଫିସିଆଲ୍‌ ଟେଷ୍ଟ: ଭାରତ ଏ ୪୬୭/୮ରେ ପାଳିଘୋଷଣା, ନ୍ୟୁଜିଲ୍ୟାଣ୍ଡର ଦୃଢ଼ ଜବାବ

ଅକଲାଣ୍ଡ: ଭାରତ ଏ ଓ ନ୍ୟୁଜିଲ୍ୟାଣ୍ଡ ଏ ମଧ୍ୟରେ ଚାଲିଥିବା ପ୍ରଥମ ଅନଫିସିଆଲ୍‌ ଟେଷ୍ଟ୍‌ରେ ଘରୋଇ ଦଳ ଆଗରେ ଭାରତୀୟ ବୋଲର ଏକ ପ୍ରକାରର ଫିକା ପଡ଼ି ଯାଇଛନ୍ତି। ଅଜିଙ୍କ୍ୟ ରାହଣେଙ୍କ ଭାରତୀୟ ଏ ଦଳ ୮ ୱିକେଟ୍‌ ହରାଇ ୪୬୭ ରନ୍‌ କରିବା ପରେ ତା’ର ପ୍ରଥମ ପାଳି ଘୋଷଣା କରିଛି।

ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଏ ଓପନର୍‌ ହାମିଶ ରଥରଫୋର୍ଡଙ୍କ ଶତକ ବଳରେ ଦୃଢ଼ ସ୍ଥିତିରେ ପହଞ୍ଚିଛି।

ଭାରତୀୟ ଏ ଦଳ ଗତକାଲି ୫ ୱିକେଟ୍‌ ହରାଇ ୩୪୦ ରନ୍‌ କରିଥିଲା। ଆଜି ଅଭିଜ୍ଞ ପାର୍ଥିବ ପଟେଲ୍‌ ଗତକାଲି ୭୯ ରନ୍‌ ସ୍କୋରରେ ଆଉ ୧୫ ରନ୍‌ ଯୋଡ଼ିବା ପରେ ପ୍ୟାଭିଲିୟନ୍‌ ଫେରିଥିଲେ।

ପାର୍ଥିବଙ୍କ ପରେ ବିଜୟ ଶଙ୍କର ମଧ୍ୟ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ୯୬ଟି ବଲ୍‌ରେ ୬୨ ରନ୍‌ କରିଥିବା ବେଳେ ଶେଷ ଭାଗରେ କ୍ରିଷ୍ଣାନ୍ନାପ୍ପା ଗୌତମ ବିସ୍ଫୋରକ ୪୭ ରନ୍‌ର ଇନିଂସ୍‌ ଖେଳି ଦଳୀୟ ସ୍କୋରକୁ ୪୫୦ ଅତିକ୍ରମ କରାଇଥିଲେ।

ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଏ ପ୍ରଥମ ୱିକେଟ୍‌ ପାଇଁ ୧୨୧ ରନ୍‌ ସଂଗ୍ରହ କରିଥିଲା। ତେବେ ବ୍ୟକ୍ତିଗତ ୪୯ ରନ୍‌ କରିଥିବା ୱିଲ ୟଙ୍ଗଙ୍କୁ ଗୌତମ ଆଉଟ୍‌ କରି ଭାରତୀୟ ଏ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ଅନ୍ୟତମ ଓପନର ରଥରଫୋର୍ଡ ଭାରତୀୟ ବୋଲରଙ୍କୁ କଡ଼ା ଜବାବ ଦେଇ ଶତକ ହାସଲ କରିଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଏ ଗୋଟିଏ ୱିକେଟ୍‌ ହରାଇ ୧୭୦ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରୁଥରଫୋର୍ଡ ୧୦୦ ଓ ଟିମ୍‌ ସେଫର୍ଟ ୧୩ ରନ୍‌ କରି ଅପରାଜିତ ଅଛନ୍ତି।

ଗତକାଲି ଭାରତୀୟ ଏ ଦଳ ଅଧିନାୟକ ଅଜିଙ୍କ୍ୟ ରାହଣେ ଏବଂ ଅଭିଜ୍ଞ ମୁରଲୀ ବିଜୟଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଜବରଦସ୍ତ ବ୍ୟାଟିଂ କରିଥିଲେ।



from Odisha Reporter https://ift.tt/2Q1HM3e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages