ମହିଳାଙ୍କ ପେଟରୁ ବାହାରିଲା ୧.୫ କେଜି ଓଜନର ଲୁହା କଣ୍ଟା, ନଟ ବୋଲ୍ଟ, ଅଳଙ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ମହିଳାଙ୍କ ପେଟରୁ ବାହାରିଲା ୧.୫ କେଜି ଓଜନର ଲୁହା କଣ୍ଟା, ନଟ ବୋଲ୍ଟ, ଅଳଙ୍କାର

ଅହମଦାବାଦ: ଶୀର୍ଷକ ପଢ଼ି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ମହାରାଷ୍ଟ୍ରରେ ସମସ୍ତଙ୍କୁ ଜଳକା କରିଦେବା ଭଳି ଘଟଣାଟିଏ ଘଟିଛି।

ଜଣେ ମହିଳାଙ୍କ ପେଟରୁ ଲୁହା କଣ୍ଟା, କିଛି ନଟ୍ ବୋଲ୍ଟ, ସେଫଟି ପିନ୍‌,ହେୟାର ପିନ୍‌, ବ୍ରେସଲେଟ୍‌, ଚେନ୍‌, ମଙ୍ଗଳସୂତ୍ର ଓ ଚୂଡ଼ି ମିଳିଛି। ଖାଲି ସେତିକି ନୁହେଁ, କିଛି ଅଳଙ୍କାର, ଦଉଡ଼ି ଏବଂ ଅନ୍ୟ କିଛି ଲୁହା ସାମଗ୍ରୀ ମିଳିଛି। ଏଗୁଡ଼ିକର ଓଜନ୍‌ ପ୍ରାୟ ୧.୫ କେଜି ହେବ। ଏଭଳି ସାମଗ୍ରୀ ସବୁ ମହାରାଷ୍ଟ୍ରର ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ପେଟରୁ ହିଁ ବାହାରିଛି।

ଉକ୍ତ ମହିଳାଙ୍କ ନାଁ ସଂଗୀତା ଓ ତାଙ୍କ ବୟସ ୪୦। ଅକ୍ଟୋବର ୩୧ରେ ତାଙ୍କ ମାନସିକ ସ୍ଥିତିର ଚିକିତ୍ସା ପାଇଁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା କଥା କହିବା ପରେ ତାଙ୍କର ଏକ୍ସରେ କରାଯାଇଥିଲା। ଏକ୍ସରେରୁ ଦେଖାଗଲା ସଂଗୀତାଙ୍କ ପେଟରେ ବିଭିନ୍ନ ଧାତବ ସାମଗ୍ରୀ ରହିଛି। ଏହାପରେ ଅସ୍ତ୍ରୋପଚାର କରାଯାଇ ଏସବୁକୁ ବାହାର କରାଯାଇଛି।

ଶିରିଡ଼ିରେ ରହୁଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ। ତାଙ୍କୁ କିଛି ଦିନ ତଳେ ଶାହେରକୋଟାଡ୍‌ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ମେଣ୍ଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ଚିକିତ୍ସା ସମୟରେ ହିଁ ତାଙ୍କ ପେଟରେ ଏତେସବୁ ସାମଗ୍ରୀ ଥିବା କଥା ଜଣାପଡ଼ି ଥିଲା। ତେବେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରି ସଂଗୀତାଙ୍କ ପେଟରେ ଥିବା ସାମଗ୍ରୀଗୁଡ଼ିକୁ ବାହାର କରିଥିବା ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ଏବେ ମହିଳା ଜଣଙ୍କ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମାନସିକ ବିକୃତି କାରଣରୁ ସେ ଏସବୁ ଜିନିଷ ବିଭିନ୍ନ ସମୟରେ ଗିଳି ଦେଇଥିଲେ ବୋଲି ବିଶ୍ୱାସ କରାଯାଉଛି।



from Odisha Reporter https://ift.tt/2DgAEcx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages