
ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜୟ ପରବେଶ। ତାଙ୍କ ଘର ରାଜସ୍ଥାନର ଭରତପୁରରେ।
ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।
ସେକ୍ଟର-୨ ସ୍ଥିତ ଏଚ୍-୩ କ୍ୱାର୍ଟର୍ସରୁ ଆଜି ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ୍ ଅନୁମାନ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ୍ କହିଛି।
ଜୟ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ୨ ଦିନ ହେଲା ରାଜସ୍ଥାନ ଯାଇଥିଲେ। ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି।
ଜୟ ପରବେଶଙ୍କ ପରିବାର ଲୋକ ଆସିବା ପରେ ଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି।
from Odisha Reporter https://ift.tt/2yTsWSu
No comments:
Post a Comment