ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲ୍‌ରେ ମ୍ୟାରୀ କମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲ୍‌ରେ ମ୍ୟାରୀ କମ୍‌

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଜଲୱା ଦେଖାଇଛନ୍ତି ଭାରତୀୟ ବକ୍ସର ମ୍ୟାରୀ କମ୍‌। ସେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଫାଇନାଲ୍‌ରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଜିତିବାର ପ୍ରବଳ ଦାବିଦାର ବନିଯାଇଛନ୍ତି।

ଆଜି ୪୮ କେଜି ବର୍ଗର ସେମିଫାଇନାଲ୍‌ ମ୍ୟାଚ୍‌ରେ ମ୍ୟାରୀ କମ୍‌ ଉତ୍ତର କୋରିଆର କିମ୍‌ ହାୟଙ୍ଗ ମିଙ୍କୁ ପରାସ୍ତ କରି ଏହି ଇତିହାସ ସୃଷ୍ଟି କରିଛନ୍ତି। ଏବେ ମ୍ୟାରୀ କମ୍‌ଙ୍କ ମୁକାବିଲା ୟୁକ୍ରେନ୍‌ର ହାନା ଓଖୋଟାଙ୍କ ସହ ହେବ।

୫ ଥର ବିଶ୍ୱ ବିଜେତା ମ୍ୟାରୀ କମ୍‌ ଆଜିର ମ୍ୟାଚ୍‌ ଆରମ୍ଭରୁ ନିଜର ଯାଦୁ ଦେଖାଇଥିଲେ। ସେ ବେଶ ସହଜରେ ନିଜର ପ୍ରତିପକ୍ଷଙ୍କୁ ହରାଇ ଦେଇଥିଲେ। ମ୍ୟାରୀ କମ୍‌ ପୂର୍ବରୁ ବିଶ୍ୱ ବକ୍ସିଂରେ ୫ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛନ୍ତି। ଯଦି ସେ ୬ଷ୍ଠ ଥର ପାଇଁ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଏହା ଏକ ବିଶ୍ୱ ରେକର୍ଡ ହୋଇପାରିବ।

ଏବେ ମ୍ୟାରୀ କମ୍‌ ଆୟାରଲ୍ୟାଣ୍ଡର କିମ୍ବଦନ୍ତୀ ବକ୍ସର କେଟି ଟେଲରଙ୍କ ୫ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ରେକର୍ଡ ସହ ସମକକ୍ଷ ରହିଛନ୍ତି। କିନ୍ତୁ ତାଙ୍କୁ ଅତିକ୍ରମ କରିବାକୁ ମଣିପୁରର ମ୍ୟାରୀ କମ୍‌ଙ୍କ ପାଖରେ ସୁଯୋଗ ନିଶ୍ଚୟ ରହିଛି।



from Odisha Reporter https://ift.tt/2TuQRjU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages