କଟକ ବସ୍‌ ଦୁର୍ଘଟଣା: ପୋଲ ଉପରେ ଭାରୀ ଯାନ ଚଳାଚଳ ନିଷିଦ୍ଧ ହୋଇଥିଲେ ବି କେହି ମାନୁ ନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

କଟକ ବସ୍‌ ଦୁର୍ଘଟଣା: ପୋଲ ଉପରେ ଭାରୀ ଯାନ ଚଳାଚଳ ନିଷିଦ୍ଧ ହୋଇଥିଲେ ବି କେହି ମାନୁ ନଥିଲେ

cuttack

କଟକ (ଓଡ଼ିଶା ରିପୋର୍ଟର): କଟକରେ ମହାନଦୀ ପୋଲ ଉପରୁ ବସ୍‌ ଖସି ୧୦ ଜଣଙ୍କ ଜୀବନ ଚାଲିଯିବା ସହ ୪୬ ଜଣ ଆହତ ହୋଇଛନ୍ତି। ଘଟଣାକୁ ଦୁଇଦିନ ବିତି ଯାଇଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଏହି ଦୁର୍ଘଟଣାକୁ ନେଇ ଏମିତି ଏକ ତଥ୍ୟ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେବ। ଏହି ତଥ୍ୟ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ଦୁର୍ଘଟଣା ଘଟିଥିବା ପୋଲରେ ଭାରୀ ଯାନ ଚଳାଚଳ ନିଷିଦ୍ଧ ଥିଲା। ଏହା ସତ୍ତ୍ୱେ ପ୍ରତିଦିନ ଶହ ଶହ ଭାରୀ ଯାନ ଏହା ଉପରେ ଚଳାଚଳ କରୁଥିଲା ଓ ଏବେ କି ଚଳାଚଳ କରୁଛି।

ଯଦି ଏହି ପୁରୁଣା ପୋଲ ଉପରେ ଭାରୀ ଯାନ ଚଳାଚଳ ନିଷିଦ୍ଧ ଥିଲା କିପରି ଏପରି ଗାଡ଼ି ପୋଲ ଉପରେ ଚଳାଚଳ କରୁଥିଲା ? ଏଥିପ୍ରତି କେହି କେବେ ଦୃଷ୍ଟି ଦେଇଥିଲେ କି ନାହିଁ ? ପରିବହନ ବିଭାଗ ଓ ଏନ୍‌ଏଚ୍‌ଏଆଇର ଏଥିପ୍ରତି ନଜର ଥିଲା କି ନାହିଁ ? ଏଭଳି ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।

ଭାରୀ ଯାନ ପରିବହନ ନିଷିଦ୍ଧ ହୋଇଥିବା ସତ୍ତ୍ୱେ ଏହା ଉପରେ ଏପରି ଗାଡ଼ି ଯାତାୟାତ କରୁଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା ବୋଲି ସାଧାରଣରେ ପ୍ରଶ୍ନ ହେବାରେ ଲାଗିଛି। ଏପରିକି ବଡ଼ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବାକୁ କ’ଣ ଅପେକ୍ଷା କରାଯାଇଥିଲା ବୋଲି ମଧ୍ୟ ସ୍ଥାନୀୟ ଲୋକେ ପଚାରୁଛନ୍ତି।

cuttackତଥାପି ଖୋଲିନି ଆଖି

ମଙ୍ଗଳବାର ସନ୍ଧ୍ୟାରେ ବସ୍‌ଟି ଏକ ମଇଁଷିକୁ ଧକ୍କା ଦେବା ପରେ ପୋଲ ତଳକୁ ଖସି ପଡ଼ିଥିଲା। ଏହି ଘଟଣାରେ ୧୦ ଜଣଙ୍କ ଜୀବନ ଚାଲିଗଲା। ୪୬ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡ୍ରାଇଭରଙ୍କ ସମେତ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ ପ୍ରଶାସନର ଆଖି ଖୋଲିବା ପରି ଲାଗୁନାହିଁ। କାରଣ ଦୁର୍ଘଟଣା ପରେ ବି ଉକ୍ତ ପୋଲ ଉପରେ ଭାରୀ ଯାନ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି।

ପୋଲରେ ଭାରୀ ଯାନ ଚଳାଚଳ ନେଇ ପ୍ରଶ୍ନ କରାଯିବାରୁ ଏହାର ତଦନ୍ତ କରାଯିବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି।

cuttackଦୁର୍ବଳ ବାଡ଼

ପୋଲଟି ପୁରୁଣା ହୋଇଥିବାରୁ ଏହା ଦୁର୍ବଳ ହେବାରେ ଲାଗିଛି। ଏହାର ଉଭୟ ପାର୍ଶ୍ୱର ୫୦ ଫୁଟ୍‌ ଲେଖାଏ ବାଡ଼ ଦୁର୍ବଳ ହୋଇଯାଇଛି। ହେଲେ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନଜର ଥିବା ଭଳି ଲାଗୁନାହିଁ।

cuttackଚାଲିଛି ତନାଘନା

କଟକ ମହାନଦୀ ବସ୍ ଟ୍ରାଜେଡି କାହିଁକି ହେଲା ? ଏହାର ପ୍ରକୃତ କାରଣ କ’ଣ ? ମଇଁଷି ସହିତ ଧକ୍କା ହେବାରୁ ବସ୍‌ଟି ପୋଲ ତଳକୁ ଖସି ପଡ଼ିଲା ନା ଏହା ପଛରେ ଆଉ କୌଣସି କାରଣ ଅଛି ? ଗାଡ଼ିର ବେଗ ଅଧିକ ଥିଲା କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ୧୦ ଜଣିଆ ଟିମ୍। ପୋଲିସ, ପରିହବନ ଓ ଜାତୀୟ ରାଜପଥ ପ୍ରାଧିକରଣକୁ ନେଇ ଗଠନ କରାଯାଇଛି ଏହି ଟିମ୍। ଏଥିରେ ଅଛନ୍ତି କଟକ ଏମ୍‌ଭିଆଇ, ଏନ୍‌ଏଚ୍‌ଆଇର ଜଣେ ଅଧିକାରୀ ଓ ଜଗତପୁର ଥାନା ଆଇଆଇସି।

ଏମାନେ ସମସ୍ତେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ପୋଲ ଉପରୁ ଓ ପୋଲ ତଳେ ରହି ଏହି ଟ୍ରାଜେଡି କାହିଁକି ଘଟିଲା, ତା’ର କାରଣ ଖୋଜିଛନ୍ତି। କେବଳ ଦୁର୍ଘଟଣା ନୁହେଁ, ଭବିଷ୍ୟତରେ କିପରି ଏପରି ଘଟଣାକୁ ରୋକାଯାଇ ପାରିବ ତା’ର ମଧ୍ୟ ଅନୁଧ୍ୟାନ କରିଛନ୍ତି। ସମସ୍ତ ଦିଗକୁ ଦେଖିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି କଟକ ଏମ୍‌ଭିଆଇ ରଶ୍ମିରଞ୍ଜନ ଦଳବେହେରା।



from Odisha Reporter https://ift.tt/2AdzeMF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages