ଆନ୍ଧ୍ର ଏବଂ ପଶ୍ଚିମବଙ୍ଗକୁ ବୋଧେ ବହୁତ କିଛି ଲୁଚାଇବାର ଅଛି: ଜେଟ୍‌ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଆନ୍ଧ୍ର ଏବଂ ପଶ୍ଚିମବଙ୍ଗକୁ ବୋଧେ ବହୁତ କିଛି ଲୁଚାଇବାର ଅଛି: ଜେଟ୍‌ଲୀ

ଭୋପାଲ: ସିବିଆଇ ଚଢ଼ଉ ଏବଂ ତଦନ୍ତ ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସିବିଆଇକୁ ଦେଇଥିବା ‘ଜେନେରାଲ୍‌ କନ୍‌ସେଣ୍ଟ’ ପ୍ରତ୍ୟାହାର କରିବା ପରେ ଏହାକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଝଟ୍‌କା ଲାଗିଛି। ଏହି ପ୍ରସଙ୍ଗରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ।

ସେ କହିଛନ୍ତି, “ଯେଉଁମାନେ କିଛି ଲୁଚାଇବାକୁ ଚାହୁଁଥିବେ ସେମାନେ ତାଙ୍କ ରାଜ୍ୟକୁ ସିବିଆଇ ଯିବା ଉପରେ ରୋକ୍‌ ଲଗାଇବେ। ଦୁର୍ନୀତି ପ୍ରସଙ୍ଗରେ ଏକ ରାଜ୍ୟର ସାର୍ବଭୌମତ୍ୱର ପ୍ରଶ୍ନ କେଉଁଠୁ ଉଠୁଛି?”

କେନ୍ଦ୍ର ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବାନେଇ ବିଭିନ୍ନ ସମୟରେ ବିରୋଧୀ ରାଜନୀତିକ ଦଳଗୁଡ଼ିକ କେନ୍ଦ୍ରକୁ ଟାର୍ଗେଟ୍‌ କରି ଆସିଛନ୍ତି। ଏବେ ସିବିଆଇ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ଵ ଚାଲିଥିବାବେଳେ ଏହାର ସୁଯୋଗରେ ରାଜନୀତିର ରୁଟି ସେକିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଛି।

ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଜେଟ୍‌ଲୀ କହିଛନ୍ତି, “ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। କେବଳ ଭବିଷ୍ୟତକୁ ନେଇ ଭୟଭୀତ ହୋଇ ସେ ଏପରି ପଦକ୍ଷେପ ନେଇଛନ୍ତି। ଭାରତରେ ଏକ ସଂଘୀୟ ବ୍ୟବସ୍ଥା ରହିଛି, ସିବିଆଇ ପ୍ରଥମେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ଉପରେ ତଦନ୍ତ କରିବାପାଇଁ ଗଠିତ ହୋଇଥିଲା। ପରେ ରାଜ୍ୟସମୂହ ଏବଂ କେନ୍ଦ୍ରର ସୁପାରିସକ୍ରମେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକ ମଧ୍ୟ ସିବିଆଇ ପରିସରକୁ ଆସିଥିଲା।”

ଜେଟ୍‌ଲୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାବଦରେ ମତ ଦେଇ କହିଛନ୍ତି ମମତାଙ୍କ ଏଭଳି ପଦକ୍ଷେପ ବର୍ତ୍ତମାନ ତଦନ୍ତ ଚାଲିଥିବା ମାମଲାଗୁଡ଼ିକ କ୍ଷେତ୍ରରେ କୌଣସି କାମରେ ଲାଗିବନାହିଁ। ସେ ସିବିଆଇକୁ ରାଜ୍ୟରେ ପୁରାଇଦେବେନି କହି ବର୍ତ୍ତମାନ ତଦନ୍ତ ଚାଲିଥିବା ସାରଦା (ଚିଟ୍‌ ଫଣ୍ଡ୍) ଏବଂ ନାରଦ (ଷ୍ଟିଙ୍ଗ୍ ଅପରେସନ୍‌) ମାମଲାଗୁଡ଼ିକରୁ ଖସିଯାଇପାରିବେନି।



from Odisha Reporter https://ift.tt/2PAvjEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages