ଜେଡିଏ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଭିମ୍‌ସାର ନିର୍ଦ୍ଦେଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଜେଡିଏ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ଭିମ୍‌ସାର ନିର୍ଦ୍ଦେଶକ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ରାଜ୍ୟପାଳଙ୍କୁ ଚିଠି ଲେଖି ତାଙ୍କ ବିରୋଧରେ ଜୁନିୟର ଡାକ୍ତର ଆସୋସିଏସନ୍‌ (JDA) ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ନିର୍ଦ୍ଦେଶକଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଆଣି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ସହ ତାଙ୍କୁ ହଟାଇବା ପାଇଁ ୪୮ ଘଣ୍ଟାର ମହଲତ୍ ଦେଇଥିଲା JDA। ତେବେ ମହଲତ ସରିବା ପରେ ଆଜି JDA ପକ୍ଷରୁ ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ବୁର୍ଲା ମେଡିକାଲରେ ଆଂଶିକ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଥିଲା।

ପୂର୍ବ ନିଷ୍ପତ୍ତି ଅନୁସାରେ ଜୁନିୟର ଡାକ୍ତରମାନେ ବିଭିନ୍ନ ଜରୁରୀକାଳୀନ ସେବା ସମେତ ICU ଓ OTରେ ଡ୍ୟୁଟି କରୁଥିବା ବେଳେ ଇନ୍‌ଡୋର ଓ ଆଉଟ୍‌ଡୋରରେ ଡ୍ୟୁଟି କରୁନାହାନ୍ତି। ଦାବି ପୂରଣ ନହେଲେ ଆସନ୍ତା ସୋମବାରଠାରୁ ସଂପୂର୍ଣ କାର୍ଯ୍ୟ ବନ୍ଦ କରିବାକୁ ଜୁନିୟର ଡାକ୍ତର ସଂଘ ଚେତାବନୀ ଶୁଣାଇଛି। ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ହେଲେ ରୋଗୀସେବା ପ୍ରଭାବିତ ହେବା ଆଶଙ୍କା କରି ଭିମ୍‌ସାର କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିଛନ୍ତି।

ଏହି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଉଛି।



from Odisha Reporter https://ift.tt/2BcxPaO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages