ମୃତ୍ୟୁର ୪ ଘଣ୍ଟା ପରେ ଉଠି ଖଟରେ ବସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ମୃତ୍ୟୁର ୪ ଘଣ୍ଟା ପରେ ଉଠି ଖଟରେ ବସିଲେ

deadbody

ନୂଆଦିଲ୍ଲୀ: ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଏହା ପରେ ସମସ୍ତ ବନ୍ଧୁବାନ୍ଧବଙ୍କୁ ଖବର ଦିଆଗଲା ଓ ଅନ୍ତିମ ସଂସ୍କାର ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଗଲା। ମୁଖାଗ୍ନି ଦେବା ପାଇଁ ତାଙ୍କ ପୁଅ ଲଣ୍ଡା ମଧ୍ୟ ହୋଇଗଲେ।

ତେବେ ଅପରାହ୍ନ ପ୍ରାୟ ସାଢ଼େ ପାଞ୍ଚଟା ବେଳକୁ ଯେତେବେଳେ ପରମ୍ପରା ଅନୁଯାୟୀ ତାଙ୍କ ମୃତଦେହକୁ ସ୍ନାନ କରାଇବାକୁ ନିଆଗଲା, ତାଙ୍କର ଶ୍ୱାସକ୍ରିୟା ଚାଲିଥିବା ଲୋକେ ଜାଣିବାକୁ ପାଇଥିଲେ। ଏହା ପରେ ତାଙ୍କୁ ଖଟରେ ଶୁଆଇ ଦିଆଯାଇଥିଲା। କିଛି ସମୟ ପରେ ସେ ଉଠି ବସିଥିଲେ ଓ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା।

ଘଟଣାଟି ଘଟିଛି ରାଜସ୍ଥାନର ଝୁନ୍ଝୁନ୍ ସ୍ଥିତ ଖେତଡ଼ି ଅଞ୍ଚଳରେ। ଗତ ସୋମବାର ଦିନ ମୃତ୍ୟୁ ଖବର ପ୍ରଚାରିତ ହେବାର ୪ ଘଣ୍ଟା ପରେ ପୁଣି ଜୀବତ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ବୁଦ୍ଧରାମ ଗୁର୍ଜର। ତାଙ୍କୁ ୯୫ ବର୍ଷ ହେଲାଣି। ତାଙ୍କ ଘର ଢାଣି ଭଗତାୱାଲରେ। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବୁଦ୍ଧରାମ ଚେଇଁ ଉଠିବା ପରେ ତାଙ୍କ ପରିବାର ଲୋକେ ଘରେ ପୂଜାପାଠର ଆୟୋଜନ କରିଥିଲେ।

ତାଙ୍କ ପୁଅ ବାଲୁରାମ କହିଛନ୍ତି,“ଆମେ ସମସ୍ତେ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିଲୁ। ତେବେ ମୃତ ଶରୀର ଟିକେ ହଲଚଲ ହେଉଥିବା ଆମେ ଜାଣିପାରିଲୁ। ଭଲ ଭାବେ ପରଖିବା ପରେ ତାଙ୍କ ହୃଦ୍‌ସ୍ପନ୍ଦନ ଚାଲିଥିବା ଜାଣିବାକୁ ପାଇଥିଲୁ।”



from Odisha Reporter https://ift.tt/2AQmDRl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages