ଆପଣଙ୍କ ପରିବାର ସଦସ୍ୟଙ୍କ ବେଡ ରୁମ୍ କେମିତି ହେବା ଉଚିତ୍‌, କ’ଣ କହେ ବାସ୍ତୁ ଶାସ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଆପଣଙ୍କ ପରିବାର ସଦସ୍ୟଙ୍କ ବେଡ ରୁମ୍ କେମିତି ହେବା ଉଚିତ୍‌, କ’ଣ କହେ ବାସ୍ତୁ ଶାସ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେଡ ରୁମ ହେଉଛି ଆମ ଘରର ପ୍ରମୁଖ ଅଂଶ। କାରଣ ଆମେ ଏଇଠି ଆରାମ କରିଥାଉ। ବିଶ୍ରାମ ନେଇ ଥାଉ। ଆମ ଜୀବନର ଅତି ଗୁରତ୍ୱ ପୂର୍ଣ୍ଣ ମୂହୁର୍ତ୍ତ ଏହି ବେଡ ରୁମ୍‌ରେ କଟିଥାଏ। ହେଲେ ଯଦି ଏହି ବେଡ ରୁମ୍‌ ବାସ୍ତୁଶାସ୍ତ୍ର ଅନୁସାରେ ତିଆରି ହୋଇ ନ ଥାଏ ତେବେ ଘରେ ସୁଖ ଶାନ୍ତିର ଅଭାବ ଦେଖାଯାଇଥାଏ। ତେଣୁ ଘରର ବେଡ ରୁମ୍‌ ତିଆରି କଲା ବେଳେ କିଛି ବାସ୍ତୁ ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ। ସେହି ଅନୁଯାୟୀ ଘରର ମୁଖିଆଙ୍କ ବେଡ ରୁମ୍‌ ଘରର ଦକ୍ଷିଣ-ପଶ୍ଚିମ କୋଣରେ ହେବା ଉଚିତ୍‌। ଯୁବକଙ୍କ ପାଇଁ ଘରର ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍‌।

ଯଦି ଏହି ରୁମ୍‌ ଉତ୍ତର କୋଣରେ ହୁଏ ତେବେ କିଛି ଅଶୁଭ ନାହିଁ। ଘରର ବେଡରୁମ୍‌ କେବେ ବି ଉତ୍ତର-ପୂର୍ବ ତଥା ଐଶନ୍ୟ କୋଣରେ ହେବା ଅନୁଚିତ୍‌।  ଘରର ଛୋଟ ପିଲାଙ୍କ ବେଡ ରୁମ୍‌ ଉତ୍ତର-ପଶ୍ଚିମ ଦିଗରେ ହେଲେ ଖୁବ ଭଲ।

ବାସ୍ତୁ ଶାସ୍ତ୍ର ଅନୁସାରେ ବେଡ ରୁମ୍‌କୁ ସବୁବେଳେ ଭେଣ୍ଟିଲେସନ ହେଲା ଭଳି ତିଆରି ହେବା ଉଚିତ୍‌। ସେହି ରୁମ୍‌କୁ ସର୍ବଦା ଯେମିତି ବାହାର ପବନ ଯାଆସ କରିପାରୁ ଥିବ।ଶୋଇବା ସମୟରେ ମୁଣ୍ଡ ଉତ୍ତର ଏବଂ ଗୋଡ଼ ଦକ୍ଷିଣକୁ ହେବା ଅନୁଚିତ୍‌। କାରଣ ଦକ୍ଷିଣ ଦିଗ୍‌କୁ ଗୋଡ଼ ବଢେଇବା ବାସ୍ତୁ ଦୃଷ୍ଟି କୋଣରୁ ଅଶୁଭ କୁହାଯାଏ। ବେଡ ରୁମର ଦ୍ୱାର କେବେ ଦକ୍ଷିଣକୁ ହେବା ଅନୁଚିତ୍‌। ବେଡ ରୁମ କେବେ ମନ୍ଦିର ଏବଂ ପୂଜାର ସ୍ଥାନ ହେବା ଅନୁଚିତ୍।



from Odisha Reporter https://ift.tt/2DopXos

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages