ପିସି ଖିଆ ସରକାର ଜଗନ୍ନାଥଙ୍କୁ ବି ଛାଡ଼ିଲାନି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ପିସି ଖିଆ ସରକାର ଜଗନ୍ନାଥଙ୍କୁ ବି ଛାଡ଼ିଲାନି: ବିଜେପି

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଦାରୁ ଚିହ୍ନଟରେ ଟଙ୍କା କାରବାର କେବଳ ଧାର୍ମିକ ଭାବନାକୁ ଆଘାତ କରିବାର ଘଟଣା ନୁହେଁ, ଏକ ବିରାଟ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ଏ ଅପରାଧିକ ଷଡ଼ଯନ୍ତ୍ର ଓଡ଼ିଆ ଜାତିର ଇଷ୍ଟ, ସାଢ଼େ ୪ କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ହୋଇଛି। ଏହା ଏକ ଧାର୍ମିକ ଏବଂ ଅର୍ଥନୈତିକ ଷଡ଼ଯନ୍ତ୍ର।” ଏପରି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେପି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ଏମାନଙ୍କୁ ଧର୍ମ ସହିବ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, “ଏ ସରକାର ଜନତାଙ୍କ ଠାରୁ ପିସି ଖାଉଥିଲେ। ଏବେ ପ୍ରଭୁ ଜଗନ୍ନାଥଙ୍କଠାରୁ ବି ପିସି ଖାଇଲେଣି। ଏ ପିସି ଖିଆ ସରକାର ଜାତିର ଦେବତାଙ୍କୁ ବି ଛାଡ଼ିଲେ ନାହିଁ। ଏମାନଙ୍କୁ ଧର୍ମ ଛାଡ଼ି ଗଲାଣି।”

ମଣିଷ ଦେବତାଠାରୁ ଅର୍ଥ ତୋଷରପାତ କରିବା ଭଳି ଏହି ଅଭିଯୋଗ ଭାରତ ବର୍ଷରେ ବିରଳ ବୋଲି ସେ ନବୀନଙ୍କୁ କଟାକ୍ଷ୍ୟ କରି କହିଛନ୍ତି।

ନବୀନ ବଡ଼ ଷଡ଼ଯନ୍ତ୍ରକାରୀ

ଅଭିଜିତ୍‌ ଆୟାର ମିତ୍ରଙ୍କ ନାଁ ନନେଇ ପୀତାମ୍ବର ତାଙ୍କ କଥା ଉଠାଇଛନ୍ତି। ସେ କହିଛନ୍ତି, “କିଛିଦିନ ତଳେ ଜଗନ୍ନାଥ ସଂସ୍କୃତିକୁ ନେଇ ଏ ସରକାର ବହୁତ ତମ୍ବି ତୋଫାନ କରୁଥିଲେ। ଜଣେ ସାମ୍ବାଦିକଙ୍କୁ ବାନ୍ଧିବା ବାହାନରେ ଜଗନ୍ନାଥ ସଂସ୍କୃତିକ ସୁରକ୍ଷାର ପ୍ରଶ୍ନ ଉଠାଉ ଥିଲେ। ହେଲେ ସାମ୍ବାଦିକ ବାବୁଙ୍କଠାରୁ ବଡ଼ ଅପରାଧରେ ନବୀନ ବାବୁ ଅଭିଯୁକ୍ତ। ଆପଣ (ନବୀନ ପଟ୍ଟନାୟକ) ହେଉଛନ୍ତି ଧାର୍ମିକ ଓ ଅର୍ଥନୈତିକ ଅପରାଧରେ ବଡ଼ ଷଡ଼ଯନ୍ତ୍ରକାରୀ। ଆପଣଙ୍କ ବିରୋଧରେ ଠକେଇ ଓ ଅର୍ଥ ତୋଷରପାତ ଅଭିଯୋଗ ଲାଗିବ।”

ନବୀନଙ୍କ ଔଦ୍ଧତ୍ୟ ଆଶ୍ଚର୍ଯ୍ୟ କରୁଛି !

ଚିରାଚରିତ ଢଙ୍ଗରେ ନବୀନ ଭଲେଇ ହୋଇ ତଦନ୍ତ ପାଇଁ କମିଶନ ଗଠନ କରିବେ ବୋଲି ଦଳ ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି, “ଦିନେ ଦୁଇଦିନ ମଧ୍ୟରେ ନବୀନ ବାବୁ ନିଜ ଦେହରୁ ମଳି ଛଡ଼ାଇବା ପାଇଁ ଗୋଟେ କମିଶନ ଗଠନ କରି ବାହାବା ନେଇପାରନ୍ତି। ଅତୀତରେ ଏଭଳି ଆଚରଣ ସେ ଦେଖାଇ ସାରିଛନ୍ତି। ରତ୍ନଭଣ୍ଡାର ଚାବି ଖୋଜିବାକୁ ଜଷ୍ଟିସ୍‌ ରଘୁବୀର ଦାସ କମିଶନ ବସାଇଛନ୍ତି। ଜୁନ୍‌ରୁ ଅକ୍ଟୋବର ହେଲା, ଚାବି କେବେ ମିଳିବ ପ୍ରଭୁ ଜଗନ୍ନାଥଙ୍କୁ ହିଁ ଜଣା।”

ନବୀନ ବାବୁଙ୍କ ଔଦ୍ଧତ୍ୟ ଆମକୁ ଆଶ୍ଚର୍ଯ୍ୟ କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଯେଉଁ ଠାକୁରଙ୍କୁ ନେଇ ଏ ଜାତି ବିଶ୍ୱରେ ନିଜ ପରିଚୟ ସୃଷ୍ଟି କରିଛି, ସେ ଠାକୁରଙ୍କ ଧାର୍ମିକ ଅନୁଷ୍ଠାନ ସହ ଖେଳିବାକୁ ନବୀନ ବାବୁ ପଛାଉ ନାହାନ୍ତି ବୋଲି ଅଭିଯୋଗ କରିଛି ଦଳ।

ଉଠୁଛି ଏକାଧିକ ପ୍ରଶ୍ନ

ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ଅଭିଯୋଗ ସାଂଘାତିକ ବୋଲି ପୀତାମ୍ବର କହିଛନ୍ତି। “କୃଷ୍ଣ (ମହାରଣା) ସ୍ପଷ୍ଟ ଭାବେ ଗତକାଲି କହିଛନ୍ତି, ଏ ଦାରୁ ପାଇବାକୁ ଟଙ୍କା କାରବାର କରାଯାଇଛି। ଆପଣ ପଇସା ଦିଅନ୍ତୁ, ଆପଣଙ୍କ ବାଡ଼ିରୁ ବି ଦାରୁ ମିଳିବ। କୃଷ୍ଣଙ୍କ ଅଭିଯୋଗକୁ ବିଚାରକୁ ନେଲେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି। ଦାରୁ ଚୟନର ଷଡ଼ଯନ୍ତ୍ରକାରୀ କିଏ ? ଡିଲ୍‌ର ଯୋଗସୂତ୍ରକାରୀ କିଏ ? କିଏ ଡିଲ୍‌ ପାଇଁ ଟଙ୍କା ଦେଇଥିଲେ ? ଏସବୁ ଦିଗକୁ ଜାଣିବାକୁ ହେଲେ ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି” ବୋଲି ସେ କହିଛନ୍ତି।

ନୋଟିସ୍‌ ଲୋକ ଦେଖାଣିଆ

ବ୍ରହ୍ମ ବିଭ୍ରାଟ କମିଶନ ରିପୋର୍ଟକୁ ଆଧାର କରି ନବୀନ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ବାହାନା କରୁଛନ୍ତି। ପ୍ରକୃତରେ ଏହି ଡିଲ୍‌ ପଛରେ ଥିବା ଲୋକଙ୍କୁ ଖସାଇ ଦେବାକୁ ଏହା ଏକ ଯୋଜନା ବୋଲି ପୀତାମ୍ବର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସବ୍‌ କମିଟି ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି, ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟରେ ତ୍ରୁଟି ରହିଛି। ଯଦି ତ୍ରୁଟି ରହିଛି, ତେବେ କାହିଁକି ଏମିତି ଲୋକ ଦେଖାଣିଆ ନୋଟିସ୍‌ ଜାରି କରାଯାଇଛି। ଯଦି ସାହସ ଅଛି, ମୁଖ୍ୟମନ୍ତ୍ରୀ ଡିଲ୍‌ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ତୁରନ୍ତ ନିଜ ଆଡୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ, ନଚେତ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ସ୍ତରୀୟ ତଦନ୍ତ ହେଉ।”

ତୃତୀୟ ମହଲା ସହ ଦଇତାପତିଙ୍କ ସମ୍ପର୍କ

ତୃତୀୟ ମହଲା ସହ ଦଇତାପତିଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଛି ଦଳ। ଯେଉଁ ଦଇତାପତିମାନଙ୍କୁ ନୋଟିସ୍‌ କରାଯାଇଛି, ସେମାନଙ୍କର ତୃତୀୟ ମହଲା ସହ ସମ୍ପର୍କ କ’ଣ ବୋଲି ଦଳ ପ୍ରଶ୍ନ କରିଛି। ରତ୍ନଭଣ୍ଡାର ଚାବି ହଜିବା କଥା ପଦାକୁ ଆସିବା ପରେ ଦଇତାପତି ନିଯୋଗର ସଭାପତି ତୃତୀୟ ମହଲାରୁ ତଳକୁ ଆସି ଗଜପତି ମହାରାଜ ଚାବି ନେଇଯାଇଛନ୍ତି ବୋଲି ବିବୃତି  ଦେଇଥିଲେ। ଏଥିରୁ ଏମାନେ ତୃତୀୟ ମହଲା ସହ କେମିତି ସମ୍ପର୍କ ରଖିଛନ୍ତି ଜଣାପଡ଼ୁଛି ବୋଲି ଦଳ ଅଭିଯୋଗ କରି କହିଛି।

ଉତ୍ତର ରଖିଲା ବିଜେଡି

ବିଜେପି ଅଭିଯୋଗର ଉତ୍ତର ରଖିଛି ବିଜେଡି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଜେପି ପ୍ରମାଣଯୋଗ୍ୟ ତଥ୍ୟ ନପାଇ ଅବିଶ୍ୱାସନୀୟ ତଥ୍ୟ ରଖୁଛି। ଏପରି କରିବା ଅର୍ଥ, ପ୍ରତିଷ୍ଠା ହୋଇସାରିଥିବା ଠାକୁରଙ୍କ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି କରିବା।  ବିଜେପି ଯେଉଁ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛି, ତାହା ଜଘନ୍ୟ ଅପରାଧ।”

ଅଧିକ ପଢ଼ନ୍ତୁ: ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ତାଙ୍କୁ ରାଜ୍ୟସଭା ପଠାଯାଇଛି: ତାରା



from Odisha Reporter https://ift.tt/2zSBuZx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages