ଦୋକାନ ସହିତ ଜଳିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଦୋକାନ ସହିତ ଜଳିଗଲେ

deadbody

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୋକାନରେ ଲାଗିଗଲା ନିଆଁ। ନିଆଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହରରେ। ମୃତକଙ୍କ ନାଁ ସୁରଜ କ୍ଷେତି (୨୬)। ତାଙ୍କ ଘର ସହରର ମାଲପଡ଼ାରେ।

ବଲାଙ୍ଗିର ସହରର ପିପି ଏକାଡେମୀ ଛକ ନିକଟରେ ସୁରଜଙ୍କର ଏକ ପାନ ଦୋକାନ ଥିଲା। ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇ ଥିଲେ। ତେବେ ତା’ପରେ ଜଣାପଡ଼ିଥିଲା ଯେ ଦୋକାନ ଭିତରେ ସୁରଜ ଶୋଇଥିଲେ।

ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ଏକ ହତ୍ୟାକାଣ୍ଡ ବୋଲି ସୁରଜଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ବଡ଼ ଭାଇ କହିଛନ୍ତି, ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ତିନି ଦିନ ତଳେ ଦୁଇ ଜଣ ପିଲାଙ୍କ ସହିତ ସୁରଜଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଗତକାଲି ସେହି ପିଲାମାନେ ମଦ ପିଇ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ।

ସୁରଜଙ୍କ ମୃତ୍ୟୁ ତାଙ୍କ ପରିବାର ପାଇଁ ଏକ ଶକ୍ତ ଧକ୍କା। କାରଣ ସେ ପରିବାର ଚଳାଉଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2SeM70l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages