ସଲମାନ୍‌ ଆସିବେ, କମ୍ପିବ ବାରବାଟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ସଲମାନ୍‌ ଆସିବେ, କମ୍ପିବ ବାରବାଟୀ

salman

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବାରବାଟୀ ଷ୍ଟାଡିୟମ୍‌ରେ ହେବ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍‌ଘାଟନୀ ସମାରୋହ। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍ ଏଥିରେ ଯୋଗ ଦେବେ। ସଲମାନ୍‌ ଖାନ୍ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ସଂଗୀତ ପରିବେଷଣ କରିବେ। ଏଥିପାଇଁ ଷ୍ଟେଜଠାରୁ ଆରମ୍ଭ କରି ଦର୍ଶକ ଗ୍ୟାଲେରୀ ପର୍ଯ୍ୟନ୍ତ ସବୁ କିଛି ପ୍ରସ୍ତୁତ ହୋଇସାରିଛି।

ବାରବାଟୀରେ ୩୫ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ଶହ ଅଫିସର ନିୟୋଜିତ ହେବେ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ବଳୟ ଭିତରେ ରହିବ ବାରବାଟୀ।

ଅପରାହ୍ମ ୨ଟା ୩୦ରୁ ଷ୍ଟାଡିୟମ୍ ଗେଟ୍‌ ଖୋଲାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ। ତେବେ ଦର୍ଶକମାନେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, କଏନ, ମିରର, କ୍ୟାମେରା ଆଦି ନେଇ ପାରିବେ ନାହିଁ। କେବଳ ମହିଳାମାନେ ବ୍ୟାଗ୍ ନେଇ ପାରିବେ ବୋଲି ପୁଲିସ୍ କମିଶନର କହିଛନ୍ତି।

ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାହାରୁକ ଖାନ୍‌, ମାଧୁରୀ ଦିକ୍ଷୀତ ଓ ଏ.ଆର୍‌ ରହମାନ ଭାଗ ନେଇଥିଲେ।

ଆଜି ଉଦ୍‌ଘାଟନୀ ମ୍ୟାଚ୍ ଅପରାହ୍ନ ମ୍ୟାଚ୍‌ରେ ଖେଳା ଯିବ। ଏଥିରେ କ୍ୟାନାଡା ଓ ବେଲ୍‌ଜିୟମ ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ୟ ଏକ ମ୍ୟାଚ୍ ହେବ।



from Odisha Reporter https://ift.tt/2zwjkgQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages