ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ

ସୋର (ଶଶୀକାନ୍ତ ବେହେରା): ଦୁଇ ଭାଇ ଗାଁରେ ବୁଲାଇଲେ ଖଣ୍ଡା। ଗୋଡ଼ାଇ ଗୋଡ଼ାଇ ଗାଁ ଲୋକଙ୍କୁ ହାଣିଲେ ଦୁଇ ଭାଇ। ଫଳରେ ୭ ଜଣ ଆହତ ହୋଇଛନ୍ତି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ସୋର ଥାନା ଅନ୍ତର୍ଗତ ମହୁମୁହାଣ ପଞ୍ଚାୟତର କାଳନ୍ଦୀପାଟଣା ଗାଁ ମଧୁସୂଦନ ସେଠୀ ଓ ସୁଦର୍ଶନ ସେଠୀ ଦୁଇ ଭାଇ। ସେମାନଙ୍କ ନାଁରେ ବହୁ ଅପରାଧୀକ ମାମଲା ରହିଛି। ଯାହାକୁ ଗାଁ ଲୋକେ ବିରୋଧ କରୁଛନ୍ତି। ତେବେ ଆଜି ସନ୍ଧ୍ୟା ବେଳେ ୨ ଭାଇ ଗାଁରେ ଆତଙ୍କରାଜ ଚଳାଇଥିଲେ। ଖଣ୍ଡା ଧରି ଯାହାକୁ ପାରିଲେ, ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ। ଫଳରେ ପ୍ରହଲ୍ଲାଦ ସାହୁ, ଧ୍ରୁବ ଚରଣ ବେହେରା, କମଳାକାନ୍ତ ନାୟକ, ବାସନ୍ତି ବେହେରା, ଗଗନ ପଣ୍ଡା, ଜେମାମଣି ବେହେରା ଓ କମଳିନି ମହାରଣା ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି।



from Odisha Reporter https://ift.tt/2AFJChK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages