ୟେ କରିତକର୍ମା ଶଙ୍କର କୁଆଡ଼େ ମନ୍ତ୍ରୀଙ୍କ ଖାସ୍ ଲୋକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ୟେ କରିତକର୍ମା ଶଙ୍କର କୁଆଡ଼େ ମନ୍ତ୍ରୀଙ୍କ ଖାସ୍ ଲୋକ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଶାସନରେ ଜଣେ ଶଙ୍କର ନାମଧାରୀଙ୍କ ପାୱାର ଶୋ’କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ‘ବିରାଟ ବାହୁବଳେ କୀଚକ ରାଜା’ ନ୍ୟାୟରେ ଏହି ‘ଶଙ୍କର’ କୁଆଡ଼େ ଏତେ ପାୱାରଫୁଲ୍ ହୋଇପଡ଼ିଛନ୍ତି ଯେ ସେ ଧରାକୁ ସରା ମଣୁଛନ୍ତି। ସରକାରୀ ଚାକିରି କରିନଥିଲେ କିମ୍ବା ରାଜନେତା ହୋଇନଥିଲେ ସୁଦ୍ଧା ତାଙ୍କ ପାଖରେ କୁଆଡ଼େ ଅନେକ ବରିଷ୍ଠ ଅଧିକାରୀ ଓ ନେତାଙ୍କ ଲାଇନ୍ ଲାଗୁଛି। ସେ କୁଆଡ଼େ ଏବେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ‘ଛାଇ’ ପାଲଟିଛନ୍ତି। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗର ବଦଳିଠୁ ଆରମ୍ଭ କରି ଟେଣ୍ଡର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ କୁଆଡ଼େ ସିଏ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏଭଳି ପ୍ରଭାବ ବିସ୍ତାରକୁ ନେଇ ଏବେ ସମ୍ପୃକ୍ତ ବିଭାଗରେ କୁଆଡ଼େ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ଚର୍ଚ୍ଚା ହେଉଛି, ଗତ ପ୍ରାୟ ବର୍ଷେ ହେବ ଏହି ‘ଶଙ୍କର’ଙ୍କ ପ୍ରଭାବ ଦେଖିବାକୁ ମିଳୁଛି। କେଉଁ କମ୍ପାନୀକୁ ଟେଣ୍ଡର ଦିଆଯିବ ଓ କେତେ ପ୍ରତିଶତ ସମ୍ପୃକ୍ତ କମ୍ପାନୀ ଦେବ ତାକୁ କୁଆଡ଼େ ଏହି ବାବୁ ଫିକ୍ସ କରୁଛନ୍ତି। ଏପରିକି ବିଭାଗ ଅଧୀନରେ ଥିବା ବହୁ ଦୁହାଁଳିଆ ସିଟରେ କେଉଁ ଅଧିକାରୀଙ୍କ ପୋଷ୍ଟିଙ୍ଗ୍ ହେବ ତାହା କୁଆଡ଼େ ଏହି ‘ଶଙ୍କର’ଙ୍କ ସହମତିରେ ହେଉଛି। ବିଭାଗୀୟ ଅଧିକାରୀମାନେ ବିଭାଗର ଦେଣନେଣ ସମ୍ପର୍କରେ କୁଆଡ଼େ ଏହି ବାବୁଙ୍କ ସହ ଫାଇନାଲ କଥା ହେଉଛନ୍ତି।

ଚର୍ଚ୍ଚା ହେଉଛି, ଶଙ୍କର ହେଉଛନ୍ତି କୁଆଡ଼େ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀର ଲୋକ। ମନ୍ତ୍ରୀଙ୍କ ସହ ତାଙ୍କର ବହୁ ବର୍ଷର ସମ୍ପର୍କ। ମାତ୍ର ଶଙ୍କର ଏବେ ନିଜ ଜିଲ୍ଲାରେ ନରହି ଏକ ଆଦିବାସୀ ଅଧ୍ୟୁଷ୍ୟିତ ଜିଲ୍ଲାରେ ଗୋଟିଏ ସଂସ୍ଥା ଖୋଲିଛନ୍ତି। ଆଉ ସେହି ସଂସ୍ଥା କିଭଳି କୋଟିକୋଟି ଟଙ୍କା ଉପାର୍ଜନ କରିବ ସେଥିପାଇଁ ମନ୍ତ୍ରୀ କୁଆଡ଼େ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଆଉ ତା’ ବଦଳରେ ଶଙ୍କର କୁଆଡ଼େ ନିୟମିତ ଭାବେ ମନ୍ତ୍ରୀଙ୍କ ପାଇଁ ରାତିଅଧିଆ ସବୁ ବ୍ୟବସ୍ଥା କରିଥାନ୍ତି। ମନ୍ତ୍ରୀଙ୍କର ଟିକିଏ ଅଲଗା ଦୋଷ ଥିବାରୁ ତା’ର ଫାଇଦା ନେଇ ଶଙ୍କର କୁଆଡ଼େ ନିଜ ସଂସ୍ଥା ନାଁରେ ନେଇଥିବା ଏକ କୋଠାରେ ମନ୍ତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥାନ୍ତି। ଏବେ ବି ମନ୍ତ୍ରୀ କୁଆଡ଼େ କାହାକୁ କିଛି ନକହି ପ୍ରତିମାସରେ ଅତିକମରେ ଦିନେ-ଦୁଇଦିନ ସେଠାରେ ମଉଜ କରିବାକୁ ପଳାଇଥାନ୍ତି। ସେହି ସମୟରେ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା ତାଙ୍କର ଅନେକ ଖାସ୍ ଲୋକଙ୍କ ପକ୍ଷେ ବି ସମ୍ଭବପର ହୁଏନି।

ନିକଟରେ ମନ୍ତ୍ରୀଙ୍କ ପାଇଁ ‘ଶଙ୍କର’ କୁଆଡ଼େ ‘ପ୍ଲେଜର ଟ୍ରିପ୍ ’ର ବନ୍ଦୋବସ୍ତ କରିଥିଲେ। ରାଜ୍ୟର କେତେକ ଅଞ୍ଚଳରେ ବାତ୍ୟାର ବିଭୀଷିକା ସତ୍ତ୍ୱେ ମନ୍ତ୍ରୀ କୁଆଡ଼େ ଶୀତୁଆ ପାଗ ଥିବା ଦେଶରେ କିଛିଦିନ ବୁଲି, ମଉଜମସ୍ତି କରି ଫେରିଛନ୍ତି ବୋଲି ଚର୍ଚ୍ଚା।

 



from Odisha Reporter https://ift.tt/2ETorgs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages