
ମୁମ୍ବାଇ: କରଣ୍ ଜହୋରଙ୍କ ଟକ୍ ଶୋ’ ‘କଫି ଉଇଥ୍ କରଣ୍’ର ଏବେ ୬ଷ୍ଠ ସିଜିନ୍ ଚାଲିଛି। କରଣ୍ ଜୋହରଙ୍କ ଏହି ଟକ୍ ଶୋ’ରେ ସେଲିବ୍ରିଟିମାନଙ୍କ ଜୀବନର ସତ୍ୟ ବା ସିକ୍ରେଟ୍ ସାମ୍ନାକୁ ଆସିଥାଏ। ଏଠାକୁ ଅନେକ ଷ୍ଟାର ଆସନ୍ତି ଓ ନିଜ ଜୀବନର ଅନେକ ସିକ୍ରେଟ୍କୁ ଶେୟାର କରନ୍ତି। କିନ୍ତୁ ନିକଟରେ ଶୋ’କୁ ‘ସ୍ତ୍ରୀ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ନିମନ୍ତ୍ରମ କରାଯାଇଥିଲା। କିନ୍ତୁ ସେ ଏହି ଶୋ’କୁ ଆସିବାକୁ ମନା କରିଛନ୍ତି ବୋଲି ଶୁଣିବାକୁ ମିଳିଛି।
ରିପେର୍ଟ ମୁତାବକ,‘‘ ଶ୍ରଦ୍ଧା ନିଜ ବ୍ୟକ୍ତିଗତ ଜୀବନ ଓ ଲଭ୍ ଲାଇଫ୍ ବିଷୟରେ କଥା ହେବାକୁ ନା ପସନ୍ଦ କରନ୍ତି। ସେଥିପାଇଁ ସେ ଶୋ’ରେ ନ ଆସିବାକୁ କରଣ୍ଙ୍କୁ କହିଛନ୍ତି।
ଅନେକ ସମୟରେ ଏହା ଦେଖିବାକୁ ମିଳେ ଯେ, ଶ୍ରଦ୍ଧା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ପଛଘୁଞ୍ଚା ଦେଇଥାନ୍ତି। ତେଣୁ ଶ୍ରଦ୍ଧା କପୁର ଆସିବାକୁ ଥିବା ଏପିସୋଡ୍ରେ କରଣ୍ ଭୂମି ପେଡେନ୍କରଙ୍କୁ ନିମନ୍ତ୍ରଣ କରିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଶ୍ରଦ୍ଧା ଓ ଫରହାନ ଅଖତରଙ୍କ ଆଫାୟାର ଚର୍ଚ୍ଚାରେ ଥିଲା। ଏମିତିକି ଫର୍ହାନ୍ ଓ ଅଧୁନାଙ୍କ ବିବାହ ବିଚ୍ଛେଦ ପାଇଁ ଶ୍ରଦ୍ଧାଙ୍କୁ ଦାୟୀ କରାଯାଉଥିଲା। ଏକଥା ବି ଶୁଣିବାକୁ ମିଳିଥିଲା ଯେ, ଶ୍ରଦ୍ଧା ଫର୍ହାନ୍ଙ୍କ ଘରେ ରାତିରେ ରହିଥିଲେ। ଏକଥା ଉପରେ ଆପତ୍ତି ଉଠାଇ ବାପା ଶକ୍ତି କପୁର ଶ୍ରଦ୍ଧାଙ୍କୁ ପର୍ହାନ୍ଙ୍କ ଘରୁ ନେଇ ଆସିଥିଲେ। ଶ୍ରଦ୍ଧାଙ୍କ ନାଁ ଆଦିତ୍ୟ ରାୟ କପୁରଙ୍କ ସହ ମଧ୍ୟ ଜଡ଼ିତ ଥିଲା ଯାହାକୁ ସେ ଖଣ୍ଡନ କରିଛନ୍ତି।
ଆଗକୁ ଶ୍ରଦ୍ଧା ସାୟନା ନେହୱାଲଙ୍କ ବାୟୋପିକ୍ରେ ନଜର ଆସିବେ।
from Odisha Reporter https://ift.tt/2QhH02i
No comments:
Post a Comment