ଧୋନି ଓ ସାକ୍ଷୀଙ୍କୁ ଏକାଠି କରିଥିଲେ ଏହି କ୍ରିକେଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଧୋନି ଓ ସାକ୍ଷୀଙ୍କୁ ଏକାଠି କରିଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରେମ ବିବାହ କରିଛନ୍ତି। ତାଙ୍କ ପତ୍ନୀ ହେଉଛନ୍ତି ସାକ୍ଷୀ ଧୋନି। ହେଲେ ଧୋନି ଓ ସାକ୍ଷୀଙ୍କ ପ୍ରେମ ସମ୍ପର୍କଠାରୁ ଆରମ୍ଭ କରି ବିବାହ ବନ୍ଧନରେ ବାନ୍ଧି ହେବା ପର୍ଯ୍ୟନ୍ତ ଜଣେ ପ୍ରଖ୍ୟାତ କ୍ରିକେଟର୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ହେଲେ ଆଜି ଯାଏ ବୋଧେ ଖୁବ କମ ଲୋକ ଏକଥା ଜାଣିଥିବେ। ସାକ୍ଷୀ କିନ୍ତୁ ନିକଟରେ ତାଙ୍କ ୩୦ତମ ଜନ୍ମ ଦିନରେ ଏହି ଘଟଣା ଉପରକୁ ପର୍ଦ୍ଦା ହଟାଇଛନ୍ତି।

ଧୋନିଙ୍କ ବନ୍ଧୁ ତଥା ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରବିନ୍‌ ଉଥାପ୍ପା ହିଁ ଧୋନି ଓ ସାକ୍ଷୀଙ୍କୁ ଏକାଠି କରିଥିଲେ। ଏକଥା ସାକ୍ଷୀ ଇନ୍‌ଷ୍ଟଗ୍ରାମରେ ଉଲ୍ଲେଖ କରିଛନ୍ତି। ସେ ରବିନ ଓ ତାଙ୍କ ପତ୍ନୀ ଶୀତଲଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି, “ ଏହି ବ୍ୟକ୍ତିଙ୍କ ପାଇଁ ଆଜି ମାହି ଓ ମୁଁ ଏକାଠି ହୋଇପାରିଛୁ। ରବିନ୍‌ ଓ ଶୀତଲଙ୍କ ସହ ଦେଖା ହୋଇ ବହୁତ ଭଲ ଲାଗିଲା। ମୋ ଜନ୍ମ ଦିନ ପାର୍ଟିକୁ ଆସିଥିବାରୁ ବହୁ ବହୁତ ଧନ୍ୟବାଦ।”

୨୦୦୮ ମସିହା ମାର୍ଚ୍ଚ ମାସରୁ ଧୋନି ଓ ସାକ୍ଷୀ ପରସ୍ପରକୁ ଡେଟିଂ କରୁଥିଲେ। କିଛି ଦିନ ଏହି ସମ୍ପର୍କ ଗୁପ୍ତ ରହିଥିଲା। ଏହାପରେ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ କିଛି ରିପୋର୍ଟ ପ୍ରକାଶ ପାଇଥିଲା।

ଶେଷରେ ଧୋନି ଓ ସାକ୍ଷୀ ୨୦୧୦ ମସିହା ଜୁଲାଇ ୪ରେ ବିବାହ କରିଥିଲେ। ଏହି ପ୍ରେମ ସମ୍ପର୍କ ଧୋନିଙ୍କ ଜୀବନୀ ଉପରେ ହୋଇଥିବା ବଲିଉଡ୍‌ ଫିଲ୍ମ “ ଧୋନି-ଦି ଅନଟୋଲ୍ଡ ଷ୍ଟୋରୀ”ରେ ଅଧିକ ଲୋକ ଲୋଚନକୁ ଆସିପାରିଥିଲା।

ସାକ୍ଷୀ ଏକ ପଞ୍ଚ ତାରକା ହୋଟେଲ୍‌ରେ ଇଣ୍ଟର୍ଣ୍ଣଶିପ୍ କରୁଥିବା ବେଳେ ଧୋନିଙ୍କ ସହ ଦେଖା ହୋଇଥିଲା। ଏହି ସମୟରେ ଉଭୟଙ୍କୁ ଏକାଠି କରିବାରେ ରବିନ୍‌ ଉଥାପ୍ପା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।



from Odisha Reporter https://ift.tt/2S7i22M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages