ସିବିଆଇ ମହାକଳି: ବଢ଼ିଲା ସିବିଆଇ ନଂ ୧ଙ୍କ ଅଡ଼ୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ସିବିଆଇ ମହାକଳି: ବଢ଼ିଲା ସିବିଆଇ ନଂ ୧ଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ସିବିଆଇ ବନାମ ସିବିଆଇ ଲଢ଼େଇରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ବାଧ୍ୟତ୍ୟମୂଳକ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଲାଞ୍ଚ କାରବାର ଅଭିଯୋଗର ତଦନ୍ତ କରି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ଦେଇଥିବା ରିପୋର୍ଟ ଦେଖିବା ପରେ ସର୍ବୋଚ୍ଚ ଅଦାଲତ ଏହାର ବିସ୍ତୃତ ତଦନ୍ତ ହେବା ଦରକାର ବୋଲି ଅନୁଭବ କରିଛନ୍ତି।

ସେହିପରି ସିଭିସି ତଦନ୍ତ ବେଳେ ପାଇଥିବା ତଥ୍ୟ ସଂକ୍ରାନ୍ତରେ ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତ ଶ୍ରୀ ବର୍ମାଙ୍କୁ ସୋମବାର ଯାଏ ସମୟ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ଗତକାଲି କିଛି ଗଣମାଧ୍ୟମରେ ଶ୍ରୀ ବର୍ମା କ୍ଲିନ୍‌ଚିଟ୍‌ ପାଇବେ ବୋଲି ଖବର ପ୍ରସାରଣ ହୋଇଥିଲା। କିନ୍ତୁ ସିଭିସି କିମ୍ବା ସର୍ବୋଚ୍ଚ ଅଦାଲତ ଶ୍ରୀ ବର୍ମାଙ୍କୁ କୌଣସି ପ୍ରକାରର କ୍ଲିନ୍‌ଚିଟ୍‌ ଦେଇନାହାନ୍ତି।

ସିବିଆଇର ନଂ ୧ ଆଲୋକ ବର୍ମାଙ୍କ ବିରୋଧରେ ତାଙ୍କ ଡେପୁଟି ରାକେଶ ଆସ୍ଥାନା ଲାଞ୍ଚ ଅଭିଯୋଗ ଆଣିଥିବା ବେଳେ ଶ୍ରୀ ବର୍ମା ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ। ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦୁହିଁଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ତେବେ ଶେଷରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସର୍ବୋଚ୍ଚ ଅଦାଲତ ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏକେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସିଭିସି ତଦନ୍ତ କରିବା ପରେ ରିପୋର୍ଟ ଦେଇଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ଜଷ୍ଟିସ୍‌ ଗୋଗୋଇ କହିଥିଲେ, ସିଭିସି ଦେଇଥିବା ରିପୋର୍ଟରେ କିଛି ଏମିତି ପ୍ରସଙ୍ଗ ରହିଛି, ଯାହାର ତଦନ୍ତ ହେବା ନିହାତି ଜରୁରୀ। ଏବେ ଶ୍ରୀ ବର୍ମାଙ୍କ ଓକିଲ ଫଲି ନରିମନଙ୍କୁ ସିଭିସି ଦେଇଥିବା ରିପୋର୍ଟକୁ ବନ୍ଦ ଲଫାଫାରେ ଦିଆଯାଉଛି। ଆସନ୍ତା ୧୯ ତାରିଖ ସୁଦ୍ଧା ଶ୍ରୀ ବର୍ମା ବନ୍ଦ ଲଫାଫାରେ ନିଜର ଜବାବ ରଖିବେ। ଏହାର ଏକ ନକଲ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଓ ସଲିସେଟର ଜେନେରାଲ୍‌ ତୁଷାର ମେହେଟାଙ୍କୁ ମଧ୍ୟ ଦିଆଯାଉଛି। କିନ୍ତୁ ସମସ୍ତେ ମନେ ରଖିବା ଦରକାର ଯେ କୌଣସି ପରିସ୍ଥିତିରେ ମଧ୍ୟ ଏହି ରିପୋର୍ଟ ଯେମିତି ସାର୍ବଜନୀନ ନ ହୁଏ। ଯଦି ଏହା ସାର୍ବଜନୀନ ହୁଏ, ତା’ହେଲେ ସିବିଆଇ ପ୍ରତି ଲୋକଙ୍କ ମନରେ ସନ୍ଦେହ ଭାବ ସୃଷ୍ଟି ହେବ।

ଶ୍ରୀ ବର୍ମାଙ୍କ ଜବାବ ପରେ ମାମଲାର ପରିବର୍ତ୍ତୀ ଦିଗ ନିର୍ଦ୍ଦାରଣ ହେବ ବୋଲି ଜଷ୍ଟିସ୍‌ ଗୋଗୋଇ କହିଥିଲେ। ଏହି ସମୟରେ ଶ୍ରୀ ଆସ୍ଥାନାଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ ସିଭିସିଙ୍କ ରିପୋର୍ଟର ଏକ କପି ମାଗିଥିଲେ। ହେଲେ ସିଜେଆଇ ଜଷ୍ଟିସ ଗୋଗୋଇ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, “ଏହି ମାମଲାରେ ଆପଣଙ୍କ ପକ୍ଷର କୌଣସି ସଂପୃକ୍ତି ନାହିଁ। ତେଣୁ ଏଥିରେ ଆପଣ ଅନଧିକାର ଭାବେ ପ୍ରବେଶ କରନ୍ତୁ ନାହିଁ।”



from Odisha Reporter https://ift.tt/2PZrPdL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages