ରାସ୍ତାରେ ଭିକ ମାଗୁଥିଲେ କିନ୍ତୁ ତାଙ୍କ ପାଖରୁ ମିଳିଲା ୨ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ରାସ୍ତାରେ ଭିକ ମାଗୁଥିଲେ କିନ୍ତୁ ତାଙ୍କ ପାଖରୁ ମିଳିଲା ୨ ଲକ୍ଷ ଟଙ୍କା

ହାଇଦ୍ରାବାଦ: ଶୁକ୍ରବାର ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସ୍‌ପାଲ ଅଥରିଟି ମୋସରାମବାଗ ରାସ୍ତାରେ ଭିକ ମାଗୁଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କୁ ଅଟକ ରଖିବା ସହ ତାଙ୍କୁ ଆନନ୍ଦ ଆଶ୍ରମରେ ରଖିଥିଲେ। ଏହି ଆଶ୍ରମଟି ଚେରାପାଲ୍ଲୀ ଜେଲ୍‌ ମଧ୍ୟରେ ରହିଛି। ହାଇଦ୍ରାବାଦ୍‌କୁ ଭିକାରୀ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିବାରୁ ଭିକାରୀମାନଙ୍କୁ ଏଭଳି ବିଭିନ୍ନ ସ୍ଥାନରୁ ଅଣାଯାଇ ଏଠାରେ ରଖାଯାଉଛି।

ଏହି ମହିଳାଙ୍କ ନାଁ ବିଜଲୀ ବୋଲି ଜଣାପଡ଼ିଥିଲା। ସେ ଆଶ୍ରମରେ ଠିକ୍‌ ଭାବେ ରହୁଛନ୍ତି କି ନାହିଁ ପ୍ରତି ୩ରୁ ୪ ଦିନ ମଧ୍ୟରେ ଅଧିକାରୀମାନେ ଏହାକୁ ତର୍ଜମା କରିବାକୁ ଆସିଥାଆନ୍ତି। ଆଜି ତର୍ଜମା କରାଯିବା ବେଳେ ବିଜିଲୀଙ୍କ ବ୍ୟାଗରୁ ୨ ଲକ୍ଷ ୩୪ ହଜାର ୩୨୦ ଟଙ୍କା ମିଳିଛି। ଏଥିସହ କିଛି ରୂପା ଚୁଡ଼ି ଏବଂ ଚେନ୍‌ ମଧ୍ୟ ଠାବ କରାଯାଇଛି। ଭିକ ମାଗୁଥିବା ଜଣେ ମହିଳାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପ୍ରାଥମିକ ଭାବେ ଏତେ ପରିମାଣର ଟଙ୍କା ମହିଳା ଜଣଙ୍କ ଦୀର୍ଘବର୍ଷ ହେଲା ଭିକ ମାଗି ରଖିଥିବା ପୁଲିସ୍‌ ଅନୁମାନ କରୁଥିଲା। କିନ୍ତୁ ପରେ ସେ ଜଣେ ଆଭିଜାତ୍ୟସମ୍ପନ୍ନ ପରିବାରର ମହିଳା ଏବଂ ତାଙ୍କ ନାଁରେ ଏକାଧିକ ସମ୍ପତ୍ତି ରହିଛି ବୋଲି ପୁଲିସ ଜାଣିବାକୁ ପାଇଛି।

ଚେରାପାଲ୍ଲୀ ଜେଲ୍‌ ଅଧୀକ୍ଷକ ଏମଆର୍‌ ଭାସ୍କର କହିଛନ୍ତି, ୨୦୧୧ରେ ବିଜଲୀ ନିଜ ନାଁରେ ଥିବା ଏକ ଜମିକୁ ୪ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଏଥିରୁ ଗୋଟିଏ ଭାଗ ସହରରେ ରହୁଥିବା ତାଙ୍କ ବଡ଼ ପୁଅକୁ ଦେଇଥିବା ବେଳେ ଆଉ ଭାଗ ଟଙ୍କା ନିଜ ପାଖରେ ରଖିଥିଲେ। ଏହାପରେ ସେ ଘର ଛାଡ଼ି ଭିକ ମାଗିବାକୁ ଚାଲି ଆସିଥିଲେ। ତାଙ୍କର ସାନ ପୁଅ କିଛି ବର୍ଷ ତଳେ ପ୍ରାଣ ହରାଇଛନ୍ତି। ଏବେ ଆମେ ବିଜଲୀଙ୍କ ସମ୍ପର୍କୀୟଙ୍କ ସହ କଥା ହେଇଛୁ। ସେମାନେ ଏଠାକୁ ଆସି ବିଜଲୀଙ୍କୁ ନେଇ ଯିବେ ବୋଲି କହିଥିବା ଅଧୀକ୍ଷକ କହିଛନ୍ତି।



from Odisha Reporter https://ift.tt/2F81ZQB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages