୧୪ରୁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

୧୪ରୁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ଚଳିତମାସ ୧୪ତାରିଖରୁ ପୁଣିଥରେ ଆରମ୍ଭ ହେବ। ମୟୂରଭଞ୍ଜ ଜିଲ୍ଲାରେ ଅଧା ରହିଥିବା ଜନଜାଗରଣ ଯାତ୍ରାକୁ ଦ୍ୱିତୀୟ ପର୍ଯ୍ୟାୟରେ ସେହି ଜିଲ୍ଲାରେ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅକ୍ଟୋବର ୪ତାରିଖରୁ କଂଗ୍ରେସର ଜନଜାଗରଣ ଯାତ୍ରା ବାଲେଶ୍ୱର ଜିଲ୍ଲାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ବସରେ ନେତାମାନେ ଭୁବନେଶ୍ୱରରୁ ବାଲେଶ୍ୱର ଯାତ୍ରା କରିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଥପ୍ରାନ୍ତ ସଭା ସହ ଦଳୀୟ କର୍ମୀମାନଙ୍କୁ ଭେଟି ସଂଗଠନକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଥିଲେ। ଦଳ କ୍ଷମତାକୁ ଆସିଲେ ନିରଞ୍ଜନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ଏହି ଜନଜାଗରଣ ଯାତ୍ରା ଅବସରରେ ଘୋଷଣା କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପୂର୍ବରୁ ଏହି ଜନଜାଗରଣ ଯାତ୍ରା ରାଜ୍ୟର ସମସ୍ତ ବ୍ଲକକୁ ଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2SUqF1O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages