ଗଣଶିକ୍ଷା ବିଭାଗକୁ ନେଇ କଂଗ୍ରେସର ପ୍ରଶ୍ନ: ଏ କ’ଣ ଜାଲ୍ ସରକାର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଗଣଶିକ୍ଷା ବିଭାଗକୁ ନେଇ କଂଗ୍ରେସର ପ୍ରଶ୍ନ: ଏ କ’ଣ ଜାଲ୍ ସରକାର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାଲ୍ ପରିସଂଖ୍ୟାନ ଦେଇ ବିଭିନ୍ନ ବିଭାଗ ଏବେ ସଫଳତାର ସାର୍ଟିଫିକେଟ୍ ସାଉଁଟୁଛନ୍ତି। ଜାଲ୍ ପରିସଂଖ୍ୟାନ ହିଁ ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଛି। ଯାହାକି ରାଜ୍ୟର ବିଜେଡି ସରକାରକୁ ଏକ ଜାଲ୍ ସରକାରରେ ପରିଣତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହିତ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଏକ ଶ୍ୱେତପତ୍ର ମାସକ ମଧ୍ୟରେ ସରକାର ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଆଜି ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଓ ମନୋଜ ମହାପାତ୍ର କହିଛନ୍ତି ଯେ ବର୍ଷବର୍ଷ ଧରି ଜାଲ୍ ଛାତ୍ର ଉପସ୍ଥାନ ଦେଖାଇ ଶିକ୍ଷା ବିଭାଗର ସରକାରୀ ଯୋଜନା ସବୁ ବାଟ ମାରଣା ହେଉଥିବାର ଅତ୍ୟନ୍ତ ସଙ୍ଗିନ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ପୂର୍ବରୁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପ୍ରଦାନ ସଂଖ୍ୟା ୨ ମାସ ଭିତରେ ୧ କୋଟି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଉପକୃତ ହେବା, ରାସନ କାର୍ଡ ଏବଂ ଭତ୍ତା ପ୍ରଦାନ କ୍ଷେତ୍ରରେ ବର୍ଷ ବର୍ଷ ଧରି ମୃତଲୋକଙ୍କୁ ଜାଲ କାଗଜ ପତ୍ରରେ ସୁବିଧା ପ୍ରଦାନ ହେଉଥିବାର ଖବର ମଧ୍ୟ ଲୋକଲୋଚନକୁ ଆସିଥିଲା।

ଆଜି ଗଣଶିକ୍ଷା ବିଭାଗର ଜାଲ୍ କାରନାମାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାକି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ପ୍ରାୟ ୧୨୫୦ଟି ବିଦ୍ୟାଳୟରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନାହିଁ। ମାତ୍ର ଏହି ବିଦ୍ୟାଳୟଗୁଡ଼ିକରେ ୫୦୦ ଶିକ୍ଷକ ଦରମା ନେଉଛନ୍ତି ଏବଂ ୪ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ନାମରେ ମଧ୍ୟାହ୍ନ ଭୋଜନ, ସ୍କୁଲ ୟୁନିଫର୍ମ ଇତ୍ୟାଦି ଯୋଜନାର ଅର୍ଥ ହଡ଼ପ ହୋଇ ଆସୁଛି।

ଗଣଶିକ୍ଷା ବିଭାଗରେ ଚାଲିଥିବା ଏତେ ବଡ ଜାଲ୍ କାରନାମାର ଖୁଲାସା ହେବାପରେ ରାଜ୍ୟର ସଙ୍ଗିନ ଶିକ୍ଷା ବ୍ୟବସ୍ଥାର ଅସଲ ରୂପ ପଦାକୁ ଆସିଛି। ବାସ୍ତବରେ ରାଜ୍ୟରେ କେତେ ବିଦ୍ୟାଳୟରେ କେତେ ଛାତ୍ରଛାତ୍ରୀ ଅଛନ୍ତି ଏବଂ ସେମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କେତେ ଅର୍ଥ ଖର୍ଚ୍ଚ ହେଉଛି, କେତେ ଏବଂ କେଉଁ ବର୍ଗର ଶିକ୍ଷକ ଅଛନ୍ତି ଇତ୍ୟାଦିକୁ ନେଇ ତୁରନ୍ତ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ଦାବି କରିଛି।

ଏହା ସହିତ ଓଡିଶାର ବୁଦ୍ଧିଜୀଵୀ, ଶିକ୍ଷକ ସମାଜ, ଅଭିଭାବକ ଏବଂ ସ୍କୁଲ ମ୍ୟାନେଜମେଣ୍ଟ କମିଟି ମାନଙ୍କୁ ରାଜ୍ୟର ଏହି ବିପର୍ଯ୍ୟସ୍ତ ଶିକ୍ଷାର ବ୍ୟବସ୍ଥାର ସୁଧାର ପାଇଁ ଆଗେଇ ଆସିବାକୁ କଂଗ୍ରେସ ଦଳ ଆହ୍ୱାନ କରିଛି। ସରକାରଙ୍କ ପକ୍ଷରୁ ଯଦି ମାସକ ମଧ୍ୟରେ ଗଣଶିକ୍ଷା ସମ୍ବନ୍ଧରେ ଶ୍ୱେତପତ୍ର ପ୍ରକାଶ ନ କରନ୍ତି, ତା’ହେଲେ କଂଗ୍ରେସ ନିଜ ଆଡୁ ଏକ ଶ୍ୱେତପତ୍ର ପ୍ରକାଶ କରିବା ସହିତ ତା’ଉପରେ ବ୍ୟାପକ ‘ଶିକ୍ଷା ସୁରକ୍ଷା ଆନ୍ଦୋଳନ’ ଆରମ୍ଭ କରିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିକୁଞ୍ଜ ପଶାୟତ, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter https://ift.tt/2qtB5bX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages