‘ମେକ୍‌-ଇନ୍‌-ଓଡ଼ିଶା’ ଖାଲି ପ୍ରତିଶ୍ରୁତିରେ ସୀମିତ ନା କିଛି ବାସ୍ତବତା ରହିଛି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

‘ମେକ୍‌-ଇନ୍‌-ଓଡ଼ିଶା’ ଖାଲି ପ୍ରତିଶ୍ରୁତିରେ ସୀମିତ ନା କିଛି ବାସ୍ତବତା ରହିଛି ?

make in odisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ବିଦେଶୀ ଓ ଦେଶୀ କମ୍ପାନୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଏହାର ବାସ୍ତବତାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ। ପୁଞ୍ଜି ନିବେଶ ଖାଲି ପ୍ରତିଶ୍ରୁତି ନା ଏଥିରେ ରହିଛି କିଛି ବାସ୍ତବତା ?

କେଉଁ କ୍ଷେତ୍ରରେ କେତେ ପୁଞ୍ଜି ଆସିବ ? କେତେ ଓଡ଼ିଆଙ୍କୁ ମିଳିବ ନିଯୁକ୍ତି ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ଆସନ୍ତାକଲିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ମେଗା ଇନଭେଷ୍ଟର୍ସ ମିଟ୍ ମେକ୍-ଇନ୍-ଓଡ଼ିଶା।

ତେବେ ବିରୋଧୀ ବିଜେପି ଓ କଂଗ୍ରେସ୍‌ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା କେବଳ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟ ବୋଲି କହିବା ସହ ଗତ ସଂସ୍କରଣରେ ହୋଇଥିବା ଏମ୍‌ଓୟୁ ଭିତରୁ ମାତ୍ର ୮ଟି କାର୍ଯ୍ୟକାରୀ ହୋଇଥିବା ବିଜେପି କହିଛି। କଂଗ୍ରେସ୍‌ ବି କନକ୍ଲେଭ୍‌କୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏହାକୁ ସର୍ବକାଳୀନ ବଡ଼ ବିଜନେସ୍‌ ଇଭେଣ୍ଟ ବୋଲି ରାଜ୍ୟ ସରକାର କହୁଛନ୍ତି।

ଫୋକସ୍‌ରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସି-ଫୁଡ୍, କେମିକାଲ୍‌ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଓ ପୋଷାକ, ଇଲେଟ୍ରୋନିକ୍ସ ଓ ଆଇଟି ଭଳି କ୍ଷେତ୍ର। ଏହାସହ ୨୪ଟି ସେକ୍ଟରରେ ନିବେଶକ ସହ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରେ ଏକ୍ସପୋ ଉଦ୍‌ଘାଟନ ହେବ। ସୋମବାର ଦିନ ରହିଛି ବିଜ୍‌ନେସ୍‌ ଲିଡରସିପ୍ ସମିଟ୍। ୨୦୧୬ ମେକ୍‌-ଇନ୍-ଓଡ଼ିଶା ତୁଳନାରେ ଏଥର ଅଧିକ ପୁଞ୍ଜି ଆସିବ ବୋଲି ସରକାର ଆଶା ରଖିଛନ୍ତି।

ସେପଟେ ଏହି କନ୍‌କ୍ଲେଭ୍‌କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ପ୍ରଥମ ସଂସ୍କରଣରୁ ମାତ୍ର ୮ ପ୍ରତିଶତ ପୁଞ୍ଜିନିବେଶ କାର୍ଯ୍ୟକାରୀ ହୋଇଛି ବୋଲି ବିଜେପି ଏକ ସାମ୍ବାଦିକ ସମ୍ମଳନୀରେ ଅଭିଯୋଗ କରିଛି। ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ ବା ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ରାଜ୍ୟ ସରକାର ଫେଲ୍ ମାରିଥିବା କହିଛି ଦଳ। ଜମି ଅଧିଗ୍ରହଣଠୁ ଆରମ୍ଭ କରି ଉତ୍ପାଦନ ଆଦି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଥିବା କହି ଏହି କାର୍ଯ୍ୟକ୍ରମ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ବୋଲି କହି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସମାଲୋଚନା କରିଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଯେଉଁମାନେ ଆସିଛନ୍ତି ଓ ଯେଉଁମାନେ ଅସୁଛନ୍ତି କାନ୍ଦୁଛନ୍ତି। ୧୮ ବର୍ଷ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ କି କର୍ମ ନିଯୁକ୍ତିର ବ୍ୟବସ୍ଥା ହୋଇନାହିଁ। ୪ ମାସ ଭିତରେ ହୋଇଯିବ ବୋଲି କେମିତି ଭାବୁଛନ୍ତି। ନିର୍ବାଚନ ପାଖେଇ ଆସିଲାଣି, ଏହା କେବଳ ସେଥିପାଇଁ ପ୍ରଚାର।”

ବିଜେପି ଓ କଂଗ୍ରେସ୍‌ର କଟୁ ସମାଲୋଚନା ପରେ ବିଜେଡି ପ୍ରତିକ୍ରିୟା ରଖିଛି। ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, “ଓଡ଼ିଶାର ପ୍ରଗତି ସେମାନେ ସହି ପାରୁନାହାନ୍ତି। ବିଜେପି ଶିଳ୍ପ କଥା କହୁଛି। ସେ ତ ୯ ବର୍ଷ କ୍ଷମତାରେ ଥିଲେ। ତାଙ୍କ ଦଳରୁ ଜଣେ ଶିଳ୍ପ ମନ୍ତ୍ରୀ ବି ଥିଲେ। ସେତେବେଳେ କରିପାରିଥାନ୍ତେ।”

ପସ୍କୋ, ମିତ୍ତଲ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ରାଜ୍ୟକୁ ବାଏ ବାଏ କରିସାରିଛନ୍ତି। ଆକ୍ରୋଶ ରଖି ଇମ୍ଫା ଭଳି ପୁରାତନ ଶିଳ୍ପସଂସ୍ଥାକୁ ହଇରାଣ କରାଯିବା ସହ ସ୍ଥାନୀୟ ନେତାଙ୍କ ଦାଦାଗିରି ନେଇ କଳିଙ୍ଗନଗର ଶିଳ୍ପ ସଂଘ ସଭାପତି ସଙ୍ଗିନ ଅଭିଯୋଗ ବି ଆଣିଛନ୍ତି। ଏଭଳି ସ୍ଥିତିରେ ଏହି ମେଗା ଇଭେଣ୍ଟରେ ବାସ୍ତବରେ କେତେ ପୁଞ୍ଜିନିବେଶ ହୋଇପାରୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2PiZ4JH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages