କୋଷ୍ଟାଲ ହାଇୱେ ନିର୍ମାଣରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

କୋଷ୍ଟାଲ ହାଇୱେ ନିର୍ମାଣରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରକଳ୍ପରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହାସହିତ କୋଷ୍ଟାଲ ହାଇୱେ ପାଇଁ ପଡ଼ି ରହିଥିବା ସମସ୍ତ ବୈଧାନିକ ଅନୁମତିକୁ ୧୫ଦିନ ମଧ୍ୟରେ ରାଜ୍ୟ ସରକାର ପ୍ରଦାନ କଲେ ପରବର୍ତ୍ତୀ ୧୫ଦିନରେ ଏହି ହାଇୱେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, କୋଷ୍ଟାଲ ହାଇୱେ ଆଲାଇନମେଣ୍ଟରେ ରାଜ୍ୟ ସରକାର ବିଭିନ୍ନସ୍ତରରେ ବାରମ୍ବାର ପରିବର୍ତ୍ତନ ଓ ବୈଧାନିକ ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବାରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ଯେଉଁଥିପାଇଁ ଚିଲିକା ଉପରେ ବ୍ରିିଜ ନିର୍ମାଣ ଓ ଉପକୂଳ ରାଜପଥ ନିର୍ମାଣ ସମ୍ଭବପର ହୋଇପାରୁନି।

ଶ୍ରୀ ମହାପାତ୍ର ଏହି ଅବସରରେ ବ୍ରହ୍ମଗିରି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏହି ଦୁଇ ନେତା ବାରମ୍ବାର କୋଷ୍ଟାଲ ହାଇୱେ ଆଲାଇନମେଣ୍ଟରେ ପରିବର୍ତନ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଉପରେ ଚାପ ପକାଉଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ବିଧାୟକ ଶ୍ରୀ ଦାସବର୍ମା ସବୁବେଳେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ କଥା କହୁଥିବାବେଳେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତୁରନ୍ତ ନିର୍ମାଣ ଦିଗରେ ଆନ୍ତରିକତା ପ୍ରଦର୍ଶନ କରିବା କ’ଣ ଓଡ଼ିଶା ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଏବେ ୯ଟି ପ୍ୟାକେଜରେ ସିଆରଜେଡ୍ ଅନୁମୋଦନ, ୮ଟି ପ୍ୟାକେଜରେ ଜଙ୍ଗଲ ଓ ପରିବେଶ ଅନୁମତି ଓ ୨ଟି ପ୍ୟାକେଜରେ ବନ୍ୟଜନ୍ତୁ ଅନୁମତିର ଆବଶ୍ୟକତା ରହିଛି। ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଉଦ୍ଦେଶ୍ୟମୂଳକ ଭାବେ ଏହି ଅନୁମୋଦନ ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରି କୋଷ୍ଟାଲ ହାଇୱେ ନିର୍ମାଣ କରାଇ ଦେଉନାହାନ୍ତି।

ସେହିପରି ନିଜର ବ୍ରହ୍ମଗିରି ଅଞ୍ଚଳର କୃଷ୍ଣପ୍ରସାଦ ବ୍ଲକର ଦୁଇଟି ଗାଁ ମହିଷା ଓ ବ୍ରହ୍ମପୁର ଏବେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିବାବେଳେ ଚିଲିକା ଉପରେ ପ୍ରସ୍ତାବିତ ବ୍ରିଜ୍ ନିର୍ମାଣ ଦ୍ୱାରା ଗମନାଗମନ ସମ୍ଭବପର ହୋଇପାରିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2OCXAEH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages