ଏଠି ଭୂତ ଭୟରେ ପୁରୁଷ ଲଗାନ୍ତି ନେଲ୍‌ ପଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଏଠି ଭୂତ ଭୟରେ ପୁରୁଷ ଲଗାନ୍ତି ନେଲ୍‌ ପଲିସ୍‌

ବ୍ୟାଙ୍କକ୍‌: ଭୂତ କଥା ଶୁଣିଲେ ସମସ୍ତେ ଭୟ କରନ୍ତି। କିଛି ଲୋକ ଏଥିପାଇଁ ତାନ୍ତ୍ରିକ ପାଖକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ଥାଇଲାଣ୍ଡ୍‌ର ପୁହଙ୍ଗ୍‌ ଗ୍ରାମରେ ସବୁ ପୁରୁଷ ଭୂତମାନଙ୍କୁ ଡ଼ରି ନେଲ୍‌ ପଲିସ୍‌ ଲଗାନ୍ତି।
ହସୁଛନ୍ତି କି ?

ଜମା ହସନ୍ତୁନି। କଥାଟା ବିଲ୍‌କୁଲ୍‌ ସତ।

ଆପଣ ଭାବୁଥିବେ, ଭୂତକୁ ଡ଼ରି କେବଳ ପୁରୁଷମାନେ କାହିଁକି ନେଲ୍‌ ପଲିସ୍‌ ଲଗାଉଛନ୍ତି ? ଭୂତ ସହିତ ପୁରୁଷଙ୍କ କଣ ସମ୍ପର୍କ ରହିଛି ଯେ, ସେମାନେ ଏପରି କାମ କରିବାକୁ ବାଧ୍ୟ ହେଉଛନ୍ତି ?

ପୁହଙ୍ଗ୍‌ ଗାଁର ଲୋକେ କୁହନ୍ତି, ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ। ଏହାର କିଛି ଦିନ ପରେ ଗାଁର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ପ୍ରେତାତ୍ମା ପ୍ରବେଶ କରି ସେମାନଙ୍କୁ ହଇରାଣ ହରକତ କଲା। ଏହା ସହିତ ସେହି ବିଧବା ମହିଳା ସବୁ ପୁରୁଷଙ୍କୁ ନିଜର ପ୍ରେମୀ ବନାଇବା ପାଇଁ ଚେଷ୍ଟା କଲା। ଏହି କାରଣରୁ କିଛି ବର୍ଷ ତଳେ ଅନେକ ପୁରୁଷଙ୍କର ମୃତ୍ୟୁ ହୋଇ ଗାଁ ପୁରୁଷଶୂନ୍ୟ ହୋଇଗଲା।

ଏହି ଭୟରେ ମହିଳାମାନେ ତାଙ୍କ ସ୍ୱାମୀକୁ ମହିଳାଙ୍କ ବସ୍ତ୍ର ଏବଂ ନେଲ୍‌ପଲିସ୍‌ ଲଗାଇବା ପାଇଁ ବାଧ୍ୟ କରିଥାନ୍ତି। ଏପରି କରି ସେମାନେ ଭୂତକୁ ଭୁଆଁ ବୁଲେଇବା ପାଇଁ ଚେଷ୍ଟା କରିଥାନ୍ତି ବୋଲି ବିଶ୍ୱାସ।

ସେହିପରି ଅନ୍ୟ ଏକ ଲୋକକଥା ଅନୁଯାୟୀ, ଗାଁରେ ୫ ଜଣ ମହିଳାଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଥିଲା। ଏହି ମହିଳାମାନେ କେବଳ ପୁରୁଷଙ୍କୁ ହିଁ ହଇରାଣ କରୁଥିଲେ।
ଫଳରେ ଜଣେ ତାନ୍ତ୍ରିକଙ୍କ ପରାମର୍ଶ ପରେ ପୁରୁଷମାନେ ନେଲ୍‌ ପଲିସ୍‌ ଲଗାଇବା ଆରମ୍ଭ କଲେ ଆଉ ତା ପରେ ପ୍ରେତାତ୍ମା  ହଇରାଣ କରି  ନ ଥିଲା।

ପୁରୁଷମାନଙ୍କୁ କାହିଁକି ପ୍ରେତାତ୍ମା ହଇରାଣ କରୁଛି ତାହା ବର୍ତ୍ତମାନ ସୁଧା ଜଣାପଡ଼ି ନ ଥିଲେ ମଧ୍ୟ କେତେକ ଡାକ୍ତରଙ୍କ ଅନୁସାରେ ଗାଁରେ ମିଳୁଥିବା ପାଣିରେ କିଛି ରାସାୟନିକ ପଦାର୍ଥ ରହିଛି ଯାହାକି ପୁରୁଷଙ୍କ ହରମୋନ୍‌କୁ ପ୍ରଭାବିତ କରିଥାଏ। ଫଳରେ ସେମାନଙ୍କଠାରେ ପାଗଳାମି ପ୍ରକାଶ ପାଇଥାଏ। ଏହାକୁ ଲୋକେ ପ୍ରେତାତ୍ମାର ପ୍ରଭାବ କହିଥାନ୍ତି।



from Odisha Reporter https://ift.tt/2BdsYGk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages