
ଆଳି(ବନମାଳି ସାହୁ): ମାଲେସିଆକୁ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇ ଫସି ଯାଇଛନ୍ତି ଜଣେ ଓଡ଼ିଆ। ସେ ଏବେ ଜେଲ୍ରେ ଅଛନ୍ତି। ତାଙ୍କ ନାଁ ଅଶୋକ ମଳିକ।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗାଁର ଅଶୋକ ପାଣି ପାଇପ୍ କାମ କରିବା ପାଇଁ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ମାଲେସିଆ ଯାଇଥିଲେ। ସେଠାରେ ସେ A Z ଏକ୍ସପ୍ରେସ ରିସୋର୍ସ ନାମକ ଏକ କମ୍ପାନୀରେ କାମ କରୁଥିଲେ।
ହେଲେ ଟୁରିଷ୍ଟ ଭିସାର ଅବଧି ସରିଯାଇଥିବାରୁ ଗତ ଅଗଷ୍ଟ ୩୧ ତାରିଖରେ ମାଲେସିଆ ପୁଲିସ୍ ତାଙ୍କୁ ଗିରଫ କରିଥିଲା।
ଗତ ୨ମାସ ହେଲା ସେ ଜେଲ୍ରେ ଅଛନ୍ତି। ପରିବାର ଲୋକେ ଏହା ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଖୁବଶୀଘ୍ର ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
from Odisha Reporter https://ift.tt/2JFKxl1
No comments:
Post a Comment