
କଟକ (ଓଡ଼ିଶା ରିପୋର୍ଟର): ବଦଳିଯିବ ବାଲିଯାତ୍ରାର ରୂପରେଖ। ଏଣିକି ୭ ଦିନ ନୁହେଁ, ୧୧ ଦିନ ଧରି ଚାଲିବ ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ବା ବାଲିଯାତ୍ରା।
ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।
ଚଳିତ ବର୍ଷ ବାଲିଯାତ୍ରାକୁ ନୂଆ ରୂପରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଥମଥର ପାଇଁ ବାଲିଯାତ୍ରାକୁ ୧୧ ଦିନ ଧରି କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
୭ ଦିନ ବାଲିଯାତ୍ରା ଚାଲିବାକୁ ଥିବା ବେଳେ ୪ ଦିନ ସିଟି ଫେଷ୍ଟିଭାଲ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।
ଏହି ୪ ଦିନ ଅଶ୍ୱଚାଳନା, ମହାନଦୀରେ ବୋଟିଂ, ଡଗ୍ ଶୋ’ ସହ ଓଲିଉଡ୍ ଓ ବଲିଉଡ୍ କଳାକାରଙ୍କୁ ନେଇ ଷ୍ଟାର୍ ନାଇଟ୍ର ମଜା ଉଠାଇବେ।
ବାଲିଯାତ୍ରାରେ ଷ୍ଟଲ୍ ପାଇଁ ଆଜିଠୁ ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ। ପ୍ଲଟ୍ ଦର ବୃଦ୍ଧି କରାଯାଇଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
from Odisha Reporter https://ift.tt/2zrK7Ku
No comments:
Post a Comment