୭ରେ କୃଷକ ନେତାଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

୭ରେ କୃଷକ ନେତାଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର

sasi-bhusan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ ବୈଠକ ହୋଇଛି। ଏଥିରେ ଚାଷୀଙ୍କ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ସମ୍ପର୍କିତ ଦାବି ଉପରେ ଆଲୋଚନା ହୋଇଛି। ଆସନ୍ତା ୭ ତାରିଖରେ କୃଷକ ନେତାଙ୍କ ସହ ଆଲୋଚନା ହେବ ବୋଲି ବୈଠକରେ ସ୍ଥିର ହୋଇଛି।

ବୈଠକରେ କୃଷକ ନେତା ପ୍ରଦୀପ ମହାରଥୀଙ୍କ ପରାମର୍ଶ ମଧ୍ୟ ନିଆଯିବ। ପରାମର୍ଶ ମିଳିବା ପରେ ମନ୍ତ୍ରିସ୍ତରୀୟ କମିଟି ନିଷ୍ପତ୍ତି ନେବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ଏହି ବୈଠକରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମେତ ବିଭାଗୀୟ ଅଧିକାରୀ ଏଥିରେ ଯୋଗଦେଇଥିଲେ। ନିକଟରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌  ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ହଜାର ହଜାର କୃଷକ ସମାବେଶ କରିବାକୁ ରାଜଧାନୀ ଆସିଥିବା ବେଳେ ବାଟରେ ସେମାନଙ୍କୁ ପୁଲିସ୍‌ ଅଟକାଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। କୃଷକମାନଙ୍କୁ ରାଜଧାନୀକୁ ପୂରାଇ ନଦେବା ସରକାରଙ୍କ ପାଇଁ ଭାରି ପଡ଼ିଥିଲା। କୃଷକମାନେ କୌଣସି ନେତା କୌଣସି ନେତାଙ୍କୁ ଗାଁରେ ପୂରାଇ ନଦେବାକୁ ଧମକ ଦେଇଥିଲେ। ଏହାପରେ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପାଇଁ ତିନି ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା।



from Odisha Reporter https://ift.tt/2RtydaA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages