ବିଙ୍ଗ୍‌ ହ୍ୟୁମାନ୍‌ଙ୍କୁ ମିଳିଗଲେ ଭଲ ହ୍ୟୁମାନ୍‌ ବିଙ୍ଗ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ବିଙ୍ଗ୍‌ ହ୍ୟୁମାନ୍‌ଙ୍କୁ ମିଳିଗଲେ ଭଲ ହ୍ୟୁମାନ୍‌ ବିଙ୍ଗ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବଡ଼ ପାଦକୁ ଜୋତା ମିଳେନି। ଏଣୁ ଚପଲ ହେଳେ ପିନ୍ଧିବା ଭଲ। ଏହାକୁ ଧୋଇଲେ ଫାଟିବାର ଭୟ ନାହିଁ। ମନ୍ଦିରକୁ ଗଲେ ଲେସ୍‌ ଖୋଲି ପ୍ରବେଶ କରିବାର ଝିନ୍‌ଝଟ୍‌ ନାହିଁ। ଯୋଉଠି ପାଇଲ ଥୋଇଦେଇ ବସିଲ। ତେଣୁ ଏହାକୁ ଗଳେଇ ବୁଲିଲେ ଆରାମ୍‌ ଲାଗେ। ଗୋଡକୁ ପବନ ବି ବାଜେ। ଏ କଥା ଆମେ ଜାଣୁ କି ନ ଜାଣୁ ନବୀନ୍‌ ବାବୁ ଠିକ୍‌ ଜାଣନ୍ତି। ରାଇଜର ମୁଖିଆ ସେ, ଯାବତୀୟ କାମ ତାଙ୍କର। ତେଣୁ କେଉଁଠି କେବେ ଜୋତା ଖୋଲିବାକୁ ପଡିପାରେ ଏହାକୁ ଦୃଷ୍ଟିରେ ରଖି ସେ ଚପଲ ପିନ୍ଧନ୍ତି। ହେଲେ ଏ ଗହନ କଥାକୁ ସଲମାନ୍‌ ଜାଣିବେ କୋଉଠୁ। ସେ ତ ଅଲଗା ପ୍ରକାର ବଡ଼ଲୋକ। ତାଙ୍କୁ ବା ଚପଲ କାହୁଁ ଲୋଡା ପଡିବ। ଜୋତା ଗଳେଇ ବୁଲିଲେ ଭଲ। ସବୁବେଳେ ଫିଟ୍‌ ଫାଟ୍‌, ଚିକଣ ଚାକଣ ଦୁଶିବେ।”

ଭଗିଆ ମାମୁଁଙ୍କ ଏ କଥା ଶୁଣି ଚିଡ୍ଡି ଉଠିଲା ତାଙ୍କ ପୁଅ । କହିଲା, ନବୀନ ଯାହା କଲେ ତମର ଅସୁବିଧା।

“ହଇରେ ନବୀନ କ’ଣ କଲେ, ବିଶ୍ୱସ୍ତରୀୟ ଖେଳ ହଉଛି। ଦରିଆ ସେ ପାରିରୁ ଖେଳାଳି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ବାହାବା ନେବା ଭଲ। ହେଲେ ବିଜେଡି ବାହାବା ନେବ, ଏଇଟା କ’ଣ ଯୁକ୍ତିଯୁକ୍ତ ?

ଏମିତି ପ୍ରଶ୍ନଟିଏ ଛାଡ଼ି ମୁରୁକି ହସିଲେ ଭଗିଆ ମାମୁଁ।

କହିଲେ- “ନବୀନଙ୍କ ପାଦ ବଡ଼। ତେଣୁ ତାଙ୍କ ଚପଲବି ସ୍ୱଭାବିକ୍‌ ବଡ଼ ହେବ। ଏଥିରେ ନୂଆ କ’ଣ ଯେ ? ତଥାପି ମୁଖ୍ୟମନ୍ତ୍ରୀଙ୍କ କୋହ୍ଲାପୁରୀ ଚପଲ ପିନ୍ଧା କଥାଟା ଭାଈଜାନ୍‌ ସଲମାନ୍‌ଙ୍କ ମନ କିଣିଛି। ବିଙ୍ଗ୍‌ ହ୍ୟୁମାନ୍‌କୁ ପ୍ରମୋଟ କରୁଥିବା ଭାଇଜାନ୍‌ ଜଣେ ଭଲ ହ୍ୟୁମାନ୍‌ ବିଙ୍ଗ୍‌ଙ୍କୁ ଭେଟି ଅପାର ଆନନ୍ଦ ପାଇଲେ ବୋଲି ବାରବାଟୀ ମାଟିରେ କହିଛନ୍ତି। ଅବଶ୍ୟ ଏହା ଆମ ଜାତି ପାଇଁ ଉତ୍ତମ ସଙ୍କେତ। ଦେଶର କୋଟିକୋଟି ଲୋକଙ୍କ ହୃଦୟ ଜିଣିଥିବା ଭାଇଜାନ୍‌ ଯଦି ଆମ ଦହିବାରାକୁ ସ୍ୱାଦିଷ୍ଟ କହିଲେ, ଆମ ଠାକୁରଙ୍କ ଜୟକାର କଲେ ଆଉ ଓଡ଼ିଆ କହିଲେ, ସେଇଟା ଆମପାଇଁ ଗର୍ବର କଥା।

କିନ୍ତୁ ହକି ଆଳରେ ବାକି ଖେଳ କରିଥିବା ନେତାଙ୍କ ପାଇଁ ଆମେ ଗର୍ବ କରିବା କି ନାହିଁ ଭାବିଲେ ଅକଲ ଗୁଡୁମ୍‌ ହୋଇଯାଉଛି।

ଏକ ଗୋଲି ଦୋ ଶିକାର ନ୍ୟାୟରେ ବିଜେଡି ଖେଳଟା ଖେଳିଦେଲା। ହକି ହଉଛି ବୋଲି ପାଠୁଆ ଅପାଠୁଆ ସବୁ ଖୁସ୍‌। ଆଉ ସଲମାନ୍‌, ଶାହରୁଖ୍‌ ଆଉ ମାଧୁରୀଙ୍କୁ ପାଇଁ ଗାଁଠାରୁ ସହର ସବୁଠି ଥିବା ଫ୍ୟାନ୍‌ମାନେ ବି ଭାରି ଖୁସ୍‌।

ଲୋକଙ୍କୁ ଯଦି ତମେ ହକି ବିଷୟରେ ପଚାରିବ ଲୋକେ ହୁଏତ ଥ…ଥ…ମ…ମ… ହେବେ । ଗୋଟିଏ ଟିମ୍‌ରେ କେତେ ଖେଳାଳି ଥାଆନ୍ତି କହି ପାରିବେନି କିନ୍ତୁ ସଲମାନ୍‌ଙ୍କୁ ନବୀନ କୁଣ୍ଢେଇଲେ, ଭଲ ଲୋକ ବୋଲି କହିଲେ, ଶାହରୁଖ୍‌ ନଇଁପଡି ନବୀନଙ୍କୁ ନମସ୍କାର କଲେ ଆଉ ମାଧୁରୀ ରାଜଧାନୀରେ ବୁଲି ଶପିଂ କଲେ ବୋଲି ଗାଁ ଗଣ୍ଡା ରାଷ୍ଟ୍ର ହେଇଛି।

ଏଇଟା ହକି ପ୍ରଚାର ନା ନବୀନ ପ୍ରଚାର ସେ କଥା ସ୍ୱତଃ ଜାଣି ପାରୁଥିବୁ। ୨ ଯୋଡା ପାଇଜାମା ଆଉ କୋହ୍ଲାପୁରୀ ଚପଲ କଥା କହି ସଲମାନ୍‌ ନବୀନଙ୍କୁ ସରଳ ମଣିଷ କହିଲେ ହେଲେ ସେ ଯେ ପରମ ଚତୁର, ସେ କଥା କହିବାକୁ ଭୁଲିଗଲେ।

ବାପାଙ୍କ ବାସ୍‌ ଏଇ କଥା ପଦକ ଭଗିଆ ପୁଅ ମୁହଁରେ ତୁଣ୍ଡି ବାନ୍ଧିଦେଲା। କାରଣ ନବୀନଙ୍କୁ ଚତୁର ବି କହିହେବ ଆଉ ତାଙ୍କ ଦଳକୁ ଧୁର୍ତ୍ତ ବି !

ହେଲେ କହିବ କିଏ । ବିଜେଡି ଯୁବ ବାହିନୀ ଅଛି ଯେ?

ମାଡ଼କୁ ପା ମହାଦେବଙ୍କ ଡ଼ର।

 



from Odisha Reporter https://ift.tt/2Q5Miyr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages