ନକ୍ସଲ ଗୁଳିରେ ନିହତ ଅଚ୍ୟୁତଙ୍କୁ ମନେ ପକାଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ନକ୍ସଲ ଗୁଳିରେ ନିହତ ଅଚ୍ୟୁତଙ୍କୁ ମନେ ପକାଇଲେ ମୋଦି

ଜଗଦଲପୁର: ଛତିଶଗଡ଼ରେ ଏକ ପ୍ରାକ୍‌ ନିର୍ବାଚନୀ ସଭାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଡିଡି ନ୍ୟୁଜ୍‌ କ୍ୟାମେରାମ୍ୟାନ୍ ତଥା ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ ସାହୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନକ୍ସଲ ସମସ୍ୟା ଛତିଶଗଡ଼ର ପ୍ରମୁଖ ସମସ୍ୟା ହୋଇଥିବାବେଳେ ନିରୀହ ଆଦିବାସୀଙ୍କୁ ଢାଲ କରି ଅର୍ବାନ୍‌ ନକ୍ସଲମାନେ ରାଷ୍ଟ୍ରବିରୋଧୀ କାର୍ଯ୍ୟ କରିଆସୁଛନ୍ତି ବୋଲି ମଧ୍ୟ ସେ ମତ ଦେଇଥିଲେ।

ତାଙ୍କର ଅକାଳ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ସେ ଛତିଶଗଡ଼ବାସୀଙ୍କୁ କହିଥିଲେ, “ଅଚ୍ୟୁତାନନ୍ଦ ଆପଣମାନଙ୍କ ସ୍ୱପ୍ନକୁ ତାଙ୍କ କ୍ୟାମେରା ସାହାଯ୍ୟରେ ସମଗ୍ର ବିଶ୍ୱକୁ ଦେଖାଇବାକୁ ଆସିଥିଲେ, କିନ୍ତୁ ତାଙ୍କୁ ନକ୍ସଲମାନେ ହତ୍ୟା କରିଦେଲେ।”

ଆସନ୍ତା ନଭେମ୍ବର ୧୨ରେ ଛତିଶଗଡ଼ରେ ୧୮ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ସମସ୍ତ ପ୍ରମୁଖ ଦଳର ମୁଖ୍ୟମାନେ ବସ୍ତର ଅଞ୍ଚଳରେ ପ୍ରଚାର ଆରମ୍ଭ କରିଛନ୍ତି। ମୋଦିଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଆଜିଠାରୁ ଦୁଇ ଦିନ ଯାଏ ୫ଟି ରାଲିରେ ଯୋଗଦେବେ।



from Odisha Reporter https://ift.tt/2AW7huh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages