ଦିଲ୍ଲୀ ଡେୟାର ଡେଭିଲ୍ସର ଆସିଷ୍ଟାଣ୍ଟ କୋଚ୍ ହେଲେ ମହମ୍ମଦ କୈଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଦିଲ୍ଲୀ ଡେୟାର ଡେଭିଲ୍ସର ଆସିଷ୍ଟାଣ୍ଟ କୋଚ୍ ହେଲେ ମହମ୍ମଦ କୈଫ୍

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ର ୨୦୧୯ ସଂସ୍କରଣ ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ୍‌ କ୍ରିକେଟର୍‌ ମହମ୍ମଦ କୈଫ୍‌ ଦିଲ୍ଲୀ ଡେୟାର ଡେଭିଲ୍‌ସର ଆସିଷ୍ଟାଣ୍ଟ କୋଚ୍‌ ଭାବେ ନିଯୁକ୍ତ ପାଇଛନ୍ତି।

ପୂର୍ବରୁ ସେ ୨୦୧୭ରେ ଗୁଜରାଟ୍‌ ଲାୟନ୍‌ସର ଆସିଷ୍ଟାଣ୍ଟ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ଡେୟାର ଡେଭିଲ୍‌ସ ରିକି ପଣ୍ଟିଂ ଓ ଜେମ୍ସ ହୋପ୍ସଙ୍କୁ ଦଳର କୋଚିଂ ଟିମ୍‌ରେ ରଖିଥିବା ବେଳେ ଏବେ ସେମାନଙ୍କ ସହ କୈଫ୍‌ ସାମିଲ ହୋଇଛନ୍ତି।

ଏହି ନିଯୁକ୍ତି ସମ୍ପର୍କରେ କୈଫ୍‌ କହିଛନ୍ତି, “ ମୁଁ ଦିଲ୍ଲୀ ଡେୟାର ଡେଭିଲ୍‌ସ ଭଳି ଫ୍ରାଞ୍ଚାଇଜ୍‌ ସହ ଯୋଡ଼ି ହୋଇ ବେଶ ଉତ୍ସାହିତ। ମୁଁ ନିଶ୍ଚିତ ଭାବେ ଶତପ୍ରତିଶତ ପରିଶ୍ରମ କରିବି। ଟିମ୍‌ ମ୍ୟାନେଜ୍‌ମେଣ୍ଟ ସହ ମିଶି ଭାବେ ଦଳକୁ ଆଇପିଏଲ୍‌ରେ କମାଲ କରିବାକୁ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବି।”
କୈଫ ଭାରତ ପକ୍ଷରୁ ୧୨୫ଟି ଦିନିକିଆ ଓ ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ଘରୋଇ କ୍ରିକେଟ୍‌ରେ କୈଫ୍‌ ୧୮୬ଟି ମ୍ୟାଚ୍‌ରେ ୧୦,୨୨୯ ରନ୍‌ କରିଥିଲେ।



from Odisha Reporter https://ift.tt/2QvMhAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages