ବିଜେଡି ପାଇଁ ସତର୍କ ଘଣ୍ଟି: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ବିଜେଡି ପାଇଁ ସତର୍କ ଘଣ୍ଟି: ସର୍ଭେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସି-ଭୋଟର ‘ଦେଶ କା ମୁଡ଼’ ଜନମତ ସର୍ଭେ ବିଜେଡି ପାଇଁ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି। ପୁଣି ଥରେ ଜନମତ ସର୍ଭେରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଧରାଶାୟୀ ହେବାକୁ ଦର୍ଶାଉଛି। ସର୍ଭେ ଅନୁସାରେ ବିଜେଡିର ଲୋକପ୍ରିୟତା କମିଛି। ବର୍ତ୍ତମାନ ନିର୍ବାଚନ ହେଲେ ଦଳ ୨୧ ଲୋକସଭା ଆସନରୁ ୬ଟିରେ ବିଜୟୀ ହେବାକୁ ସକ୍ଷମ ହେବ। ୨୦୧୪ ନିର୍ବାଚନରେ ଦଳ ୨୧ରୁ ୨୦ଟି ଆସନରେ ବିଜୟୀ ହୋଇଥିଲା।
ଏଥିରେ ବିଜେପି, ବିଜେଡିକୁ ହଟାଇ ରାଜ୍ୟରେ ଏକ ନମ୍ବର ଦଳ ହେବାକୁ ଯାଉଥିବା ସର୍ଭେରେ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ଦଳକୁ ୧୨ଟି ଲୋକସଭା ଆସନ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୪ରେ ଦଳ ମାତ୍ର ଗୋଟିଏ ଆସନରେ ଜିତିବାକୁ ସକ୍ଷମ ହୋଇଥିଲା।
ସେହିପରି ବିରୋଧୀ କଂଗ୍ରେସ୍‌ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ ରିପୋର୍ଟରେ କୂହାଯାଇଛି। ୨୦୧୪ ନିର୍ବାଚନରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା କଂଗ୍ରେସ ୩ଟି ଲୋକସଭା ଆସନ ଜିତିବ ବୋଲି ଏଥିରେ କୁହାଯାଇଛି।
ଗତ ସେପ୍ଟେମ୍ବରରେ ଏବିପି ନ୍ୟୁଜ୍‌-ସି ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ୧୯ରେ ବିଜେଡି ୬ଟି ଲୋକସଭା ଆସନ ଜିତିବା ନେଇ ପୂର୍ବାନୁମାନ କରାଯାଇଥିଲା। ରାଜ୍ୟର ୨୧ ଆସନ ମଧ୍ୟରୁ ଏନ୍‌ଡିଏ ୧୩ ଓ ୟୁପିଏ ୨ଟି ଆସନ ବୋଲି ଦର୍ଶାଯାଇଥିଲା। ତେବେ ନୂଆ ସର୍ଭେରେ କଂଗ୍ରେସ ସ୍ଥିତିରେ ସାମାନ୍ୟ ସୁଧାର ହେଉଥିବା ଦର୍ଶାଉଥିବା ବେଳେ ବିଜେଡି ଲାଗି ଅଶୁଭ ଇଙ୍ଗିତ ଦେଉଛି।
ସେହିପରି ଦେଶରେ ମୋଦିଙ୍କ ଲହର ରହିଲେ ମଧ୍ୟ ଏନ୍‌ଡିଏର ସିଟ୍‌ ସଂଖ୍ୟା କମିବ ବୋଲି ସର୍ଭେରେ କୁହାଯାଇଛି। ପୂର୍ବରୁ ଗତ ଜାନୁଆରୀ ମାସରେ ସି-ଭୋଟର ପକ୍ଷରୁ କରାଯାଇଥିବା ଜନମତ ସଭେର୍ରେ ଏନ୍‌ଡିଏ ୪୧ ପ୍ରତିଶତ ଭୋଟ ସହ ୩୩୫ ଆସନ ଜିତିବା ନେଇ ପୂର୍ବାନୁମାନ କରାଯାଇଥିଲା। ତେବେ ସଦ୍ୟ ଆକଳନରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଘଟିଥିବା ପରିବର୍ତ୍ତନକୁ ବିଚାରକୁ ନିଆଯାଇଛି। ଖାସକରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ ହାତ ଛାଡିବା, ୨୦୧୯ରେ ଏକାକୀ ଲଢିବା ଲାଗି ବିଜେପିର ପାରମ୍ପରିକ ସହଯୋଗୀ ଶିବସେନାର ଘୋଷଣା, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଏବଂ ଉତ୍ତରପ୍ରଦେଶ ଉପ ନିର୍ବାଚନରେ ଏସ୍‌ପି-ବିଏସ୍‌ପି ମେଣ୍ଟର ସଫଳତାକୁ ବିଚାରକୁ ନେଇ ନୂଆ ଆକଳନ କରାଯାଇଛି।



from Odisha Reporter https://ift.tt/2Ojqjyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages