
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଣଜି ସିଜିନ ଆରମ୍ଭରୁ ଜଲଓ୍ୱା ଦେଖାଇଲେ ଓଡ଼ିଶାର ଓପନର୍ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ ଖେଳୁଛି ଓଡ଼ିଶା।
ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି ଅନୁରାଗ ଷଡ଼ଙ୍ଗୀ ଶତକ ହାସଲ କରିଛନ୍ତି। ସେ ୧୯୦ଟି ବଲ୍ ଖେଳି ୧୧୪ ରନ୍ କରିଛନ୍ତି। ତେବେ ଅନ୍ୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୬ ଓ୍ୱିକେଟ ହରାଇ ୨୩୨ ରନ୍ କରିଛି। ଶାନ୍ତନୁ ମିଶ୍ର ୩୦ ଓ ଦେବବ୍ରତ ପ୍ରଧାନ ୭ ରନ୍ କରି ନଟ୍ଆଉଟ୍ ଅଛନ୍ତି।
ଏହି ମ୍ୟାଚରୁ ପ୍ରଥମ ଶ୍ରେଣୀ କ୍ୟାରିଅର୍ ଆରମ୍ଭ କରିଛନ୍ତି ପପୁ ରାୟ, ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ।
ହରିୟାଣାର ମୋହିତ ଶର୍ମା ଓ ଏଚ୍.ଭି ପଟେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଏ.କେ ଚହଲ୍ ଏବଂ ଟୁନୁ କୁଣ୍ଡୁ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି।
from Odisha Reporter https://ift.tt/2AGrJiR
No comments:
Post a Comment