ବାର୍‌ ଡ୍ୟାନ୍ସର୍‌ରୁ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର୍‌ ଆର୍‌ଜେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବାର୍‌ ଡ୍ୟାନ୍ସର୍‌ରୁ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର୍‌ ଆର୍‌ଜେ

ବେଙ୍ଗାଲୁରୁ: ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ସମାଜରେ ଲୋକଙ୍କ ମନରେ ଏକ ଭିନ୍ନ ମନୋଭାବ ରହିଛି। ଏପରିକି ଜନ୍ମ ଦେଇଥିବା ବାପା ମା’ ମଧ୍ୟ ଏମାନଙ୍କୁ ଘରେ ରଖିବା ପାଇଁ ପସନ୍ଦ କରି ନ ଥାନ୍ତି। ଏପରି ଅନେକ ଉଦାହରଣ ଆପଣ ଦେଖିଥିବେ।

ନିକଟରେ ଓଡ଼ିଶାର ଟ୍ରାନ୍ସଜେଣ୍ଡର ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ଭାରତର ପ୍ରଥମ ସିଭିଲ୍‌ ସର୍‌ଭେଣ୍ଟ୍‌ ହୋଇଥିବା ଖବର ଶୁଣିଥିବେ।

ଏପରି ଅନେକ ଟ୍ରାନ୍ସଜେଣ୍ଡର୍ ଯେଉଁମାନେ ସମାଜର ନିନ୍ଦା ଅପବାଦକୁ ମୁଣ୍ଡରେ ବୋହି ନିଜକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇ ପାରିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛନ୍ତି, କର୍ଣ୍ଣାଟକର କାଜଲ୍‌।

କାଜଲ ଜଣେ ବାର୍‌ ଡ୍ୟାନ୍ସର୍‌ରୁ ପାଲଟିଛନ୍ତି ରେଡିଓ ଆର୍‌ଜେ।

ଆସନ୍ତୁ ଜାଣିବା କାଜଲ୍‌ଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ କେମିତି ଥିଲା।

ହେତୁ ପାଇଲା ଦିନରୁ କାଜଲ୍‌ ପୁଅମାନଙ୍କ ସହିତ ରହିବାକୁ ଭଲ ପାଉ ନ ଥିଲେ। ସେ ଝିଅଙ୍କ ସହିତ ଗପିବା, ଗୀତ ବୋଲିବା ଓ ନାଚିବାକୁ ଭଲ ପାଉଥିଲେ। କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ହୋଇ ଜନ୍ମ ହୋଇଥିବା କାଜଲ୍‌ ୮ ବର୍ଷ ବୟସରୁ ଜାଣିବାକୁ ପାଇଲେ ଯେ, ସେ ଅନ୍ୟମାନଙ୍କଠାରୁ ଭିନ୍ନ। ଝିଅଙ୍କ ସହିତ ଅଧିକ ବସାଉଠା କରୁଥିବାରୁ କାଜଲ୍‌ ଥରେ ତାଙ୍କ ଗଣିତ ଶିକ୍ଷକଙ୍କଠାରୁ ଗାଳି ଖାଇଥିଲେ। ଏଥିପାଇଁ ସେ କିଛିଦିନ ସ୍କୁଲ ଯିବା ମଧ୍ୟ ବନ୍ଦ କରିଦେଇଥିଲେ।

ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ଭାବୁଥିବା କାଜଲ୍ କାହାକୁ ନିଜର ମନକଥା କହିବେ, ଜାଣିପାରୁ ନ ଥିଲେ। ସପ୍ତମ ଶ୍ରେଣୀରେ ପଢ଼ିବା ସମୟରେ କାଜଲ୍ ଟ୍ରାନ୍ସଜେଣ୍ଡର୍‌ ସମାଜସେବୀ ମହାଦେବୀଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ସହିତ ଦେଖା ହେବା ପରେ କାଜଲ୍‌ଙ୍କର ସମସ୍ତ ଆଶଙ୍କା ଦୂର ହୋଇଥିଲା।

ସେହିଠାରୁ ହିଁ ସେ ବୁଝିଥିଲେ ଯେ, ସମାଜରେ ବଞ୍ଚିବା ପାଇଁ ହେଲେ, ତାଙ୍କୁ ଅନେକ କଷ୍ଟ କରିବା ପାଇଁ ପଡ଼ିବ ଏବଂ ତାଙ୍କ ପରିଚୟକୁ ନିଜ ପରିବାର ମଧ୍ୟ ଗ୍ରହଣ କରିବ ନାହିଁ। ୧୩ ବର୍ଷ ବୟସରେ କାଜଲ୍‌ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚରା କରିଥିଲେ।

ଦଶମ ଶ୍ରେଣୀରେ ପିୟୁସି ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖି ପାସ୍‌ କରିବା ପରେ ସେ ଶାଢୀ ଓ ଗହଣା ପିନ୍ଧିବା ଆରମ୍ଭ କଲେ।  କିନ୍ତୁ ସେ ଘରକୁ ଫେରିବା ମାତ୍ରେ ତାଙ୍କ ଭାଇ ତାଙ୍କୁ ଅପମାନ ଦେଉଥିଲେ ଏବଂ ତାଙ୍କ ବାପା ମା’ ମଧ୍ୟ କାଜଲ୍‌ଙ୍କର ଏପରି ରୂପକୁ ପସନ୍ଦ କରୁ ନ ଥିଲେ।

ଏହାପରେ କାଜଲ୍‌ ଘରଛାଡ଼ି ମୁମ୍ୱାଇ ଚାଲି ଆସିଥିଲେ। କାମ ନ ମିଳିବାରୁ ସେ ମୁମ୍ୱାଇର ଏକ ବାର୍‌ରେ ଡ୍ୟାନ୍ସର୍‌ ଭାବରେ କାମ କରିଥିଲେ। କିନ୍ତୁ କାଜଲ୍‌ଙ୍କ ଭାଗ୍ୟ ତାଙ୍କୁ ପୁଣି ଟାଣି ନେଇଥିଲା କର୍ଣ୍ଣାଟକକୁ। ଗୋଟିଏ ସର୍କସ୍‌ କମ୍ପାନୀରେ ଡ୍ୟାନ୍ସର୍‌ ଭାବରେ ସେ କର୍ଣ୍ଣାଟକର ବ୍ରହ୍ମବାର୍‌ରେ ଯାଇ ପହଞ୍ଚିଥିଲେ।
ସେହି ସମୟରେ ଅଧ୍ୟାପିକା ମଞ୍ଜୁନାଥ କାମଥଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ସେ କାଜଲ୍‌ଙ୍କୁ ଏକ ଏଜୁକେସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌କୁ ନେଇ ନିଜ କାହାଣୀ ସମସ୍ତଙ୍କ ସାମ୍ନାରେ ରଖିବା ପାଇଁ ସୁଯୋଗ ଦେଇଥିଲେ।

ଆଙ୍କର୍‌ ହେବା ପାଇଁ ଇଚ୍ଛା ଥିବା କାଜଲ୍‌ ସ୍ପନ୍ଦନ ଚ୍ୟାନେଲ୍‌ ପ୍ରଥମେ ଜଣେ ରେଡିଓ ଜକି ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ରେଡିଓ ସରଙ୍ଗ୍‌, ୧୦୭.୮ ଏଫ୍‌ଏମ୍‌ ଏବଂ ଏକ କଲେଜ୍‌ର କମ୍ୟୁନିଟି ରେଡିଓ ସେଣ୍ଟର୍‌ରେ କାର୍ଯ୍ୟ କରିଥିଲେ। ରେଡିଓ ସାରଙ୍ଗରେ କାଜଲ୍‌ଙ୍କ ଶୋ ‘ଶୁଭମଙ୍ଗଳମ୍‌’ ୨୧ ନଭେମ୍ୱର ୨୦୧୬ରେ  ଆରମ୍ଭ ହୋଇଥିଲା ଏବଂ କାଜଲ୍‌ଙ୍କ ସ୍ୱର ଶ୍ରୋତାଙ୍କୁ ପସନ୍ଦ ମଧ୍ୟ ଆସିଥିଲା। କେବଳ ଏତିକି ନୁହେଁ କାଜଲ୍‌ ପ୍ରତ୍ୟେକ ମଙ୍ଗଳବାର ୫ଟାରୁ ୬ଟା ରେଡିଓରେ ବିଭିନ୍ନ ଲୋକଙ୍କ ସମସ୍ୟାର ସମାଧାନ ମଧ୍ୟ କରିଥାନ୍ତି।



from Odisha Reporter https://ift.tt/2KAftDX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages