ଛୋଟଛୁଆ କ’ଣ ନାଗରିକ ନୁହନ୍ତି: ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଛୋଟଛୁଆ କ’ଣ ନାଗରିକ ନୁହନ୍ତି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିହାର ସେଲ୍ଟରହୋମ୍‌ ନାବାଳକ ଯୌନ ନିର୍ଯାତନା ଘଟଣାରେ ବିହାର ସରକାର ଏଫ୍‌ଆଇଆର ରୁଜୁ ନକରିବାକୁ ନେଇ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ପକ୍ସୋ ଆକ୍ଟ ଅଧୀନରେ ଏହି ମାମଲା ରୁଜୁ ହୋଇଥିବାବେଳେ ଆଇପିସି ୩୭୭ ଅନୁଯାୟୀ କାହିଁକି ମାମଲା ରୁଜୁ କରାଯାଇନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସର୍ବୋଚ୍ଚ କୋର୍ଟ ଏକ ‘ଅପ୍ରାକୃତିକ ଯୌନ ନିର୍ଯାତନା’ ମାମଲାର ଶୁଣାଣି କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି, “ବିହାର ସରକାର ଯେଉଁ ମାମଲା ରୁଜୁ କରିଛନ୍ତି ତାହା ସର୍ବନିମ୍ନ ଅପରାଧ ପାଇଁ ଉଦ୍ଦିଷ୍ଟ। ଯଦି ୩୭୭ ଅଧୀନରେ ମାମଲା ରୁଜୁ ନହେବ ଆପଣ ତଦନ୍ତ କେମିତି କରିବେ? ପିଲାମାନଙ୍କ ସହିତ ଏଭଳି କାଣ୍ଡ ଘଟିବାପରେ ଆପଣ କହୁଛନ୍ତି ସୋମବାର ଦିନ ମାମଲା ରୁଜୁ ହେବ? ଆମେ ପିଲାମାନଙ୍କ ପକ୍ଷ ନେଉଛେ ତ? ସେମାନେ ଏହି ଦେଶର ନାଗରିକ ନୁହନ୍ତି କି?”

ଏନେଇ ବିହାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅନ୍ୟ ପକ୍ଷରେ ବିହାର ସରକାରଙ୍କ ପକ୍ଷ ରଖୁଥିବା ଓକିଲ କହିଛନ୍ତି ସରକାର ଫାଇଲ୍‌ରେ ପରିବର୍ତ୍ତନ କରାଯିବ ଏବଂ ଆଇପିସି ଅଧୀନରେ ମାମଲା ରୁଜୁ କରାଯିବ।

ବର୍ତ୍ତମାନ ସିବିଆଇ କେବଳ ମୁଜାଫରପୁର ସେଲ୍ଟର ହୋମ୍ ମାମଲାର ତଦନ୍ତ କରୁଥିବାବେଳେ ସମସ୍ତ ସେଲ୍ଟର ହୋମ୍‌ ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।



from Odisha Reporter https://ift.tt/2BzzaZv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages