
ମୁମ୍ବାଇ: ଜଣେ ୧୮ ବର୍ଷୀୟ ମାନସିକ ରୋଗଗ୍ରସ୍ତ ଯୁବତୀଙ୍କୁ ଅପହରଣ କରିବା ପରେ ଜଣେ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିବା ଭଳି ଜଘନ୍ୟ କାଣ୍ଡ ଘଟାଇଛି। ମୁମ୍ବାଇ ଉପକଣ୍ଠରେ ଥିବା ଏକ ବସ୍ତିରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।
ଯୁବତୀ ଜଣଙ୍କ ଗୋଟିଏ ସପ୍ତାହ ତଳେ ନିଖୋଜ ହୋଇ ଯାଇଥିଲେ। ଏହାପରେ ଗୁରୁବାର ତାଙ୍କୁ ଠାବ କରାଯାଇଥିଲା। ହେଲେ ସେତେବେଳକୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଯୁବତୀ ଜଣଙ୍କ ୧୮ ବର୍ଷ ବୟସର ହୋଇଥିଲେ ହେଁ ତାଙ୍କ ମସ୍ତିଷ୍କ ୭ ବର୍ଷର ଝିଅ ଭଳି ବୋଲି ଡାକ୍ତର କହିଛନ୍ତି।
ପୁଲିସ୍ ଏନେଇ ଜଣେ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। କିନ୍ତୁ ରିପୋର୍ଟ ଲେଖା ହେବା ଯାଏ ତାଙ୍କୁ ଗିରଫ କରାଯାଇ ନାହିଁ। ଯୁବତୀଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପୁଲିସ୍ ପରିବାର ଲୋକଙ୍କୁ ଅନୁରୋଧ କରିଥିଲା।
ତେବେ ଏହାକୁ ସେମାନେ ଖାତିର କରି ନଥିଲେ। ଯୁବତୀ ଜଣଙ୍କ ତାଙ୍କ ବାପା ମା’ ଓ ଜଣେ ସମ୍ପର୍କୀୟଙ୍କ ସହ ମୁମ୍ବାଇ ଉପକଣ୍ଠରେ ଥିବା ଏକ ବସ୍ତିରେ ରହୁଥିଲେ। ନଭେମ୍ବର ୧୫ରେ ସେ ଘରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ପୁଲିସ୍ ମାଲୱାନିରୁ ତାଙ୍କୁ ଉଦ୍ଧାର କରିଥିଲା।
from Odisha Reporter https://ift.tt/2QetRqt
No comments:
Post a Comment