ନାଜାଲ୍‌ ସ୍ପ୍ରେ ବ୍ୟବହାର କରୁଛନ୍ତି କି ? ସାବଧାନ୍‌ ଭୋଗିପାରନ୍ତି କୁ-ପରିଣାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ନାଜାଲ୍‌ ସ୍ପ୍ରେ ବ୍ୟବହାର କରୁଛନ୍ତି କି ? ସାବଧାନ୍‌ ଭୋଗିପାରନ୍ତି କୁ-ପରିଣାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଶୀତ ଦିନେ ପ୍ରାୟତଃ ଅଧିକାଂଶଙ୍କୁ ଥଣ୍ଡା ଜ୍ୱର ହୋଇଥାଏ। ଥଣ୍ଡା ହେଲେ ଅନେକ ସମୟରେ ଆମ ନାକ ବନ୍ଦ ହୋଇଯାଏ। ଯାହା ଫଳରେ ନିଶ୍ୱାସ,ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ବିଶେଷ କରି ଶୋଇବା ସମୟରେ ଏହା ଅଧିକ କଷ୍ଟ ଦେଇଥାଏ। ତେଣୁ ପ୍ରାୟ ଲୋକେ ନାଜାଲ୍ ସ୍ପ୍ରେ ବ୍ୟବହାର କରିଥାନ୍ତି। ମୁଖ୍ୟତଃ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ନାଜାଲ ସ୍ପ୍ରେ ବ୍ୟବହାର କରିବା ଉଚିତ୍‌। ତା’ଠୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଯାଏ। ଫଳରେ ସାମାନ୍ୟ ଥଣ୍ଡା ହେଲେ ବି ଆମେ ବିନା ଡାକ୍ତରଙ୍କ ପରାମର୍ଶରେ ନାଜାଲ୍ ସ୍ପ୍ରେର ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ନାଜାଲ୍ ସ୍ପ୍ରେର ବ୍ୟବହାର କେତେ କ୍ଷତିକାରକ ?

ଏହି ସ୍ପ୍ରେ ଅସ୍ଥାୟୀ ଭାବେ ଆପଣଙ୍କୁ ଥଣ୍ଡାରୁ ମୁକ୍ତି ଦେଇଥାଏ। କିନ୍ତୁ ଏହାକୁ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା ଓ କାସ ଭଳି ସମସ୍ୟା ଦେଖା ଦେଇଥାଏ। ନାଜାଲ ସ୍ପ୍ରେର ବ୍ୟବହାର ଦ୍ୱାରା ନାକ ନଳି ଫୁଲି ଯାଇଥାଏ। ଫଳରେ ସେଥିରେ ରକ୍ତ ସଂଚାଳନ କମି ଯାଏ। ଯାହାଦ୍ୱାରା ଆପଣ ସାଇନସ୍ ପରି ଗମ୍ଭୀର ସମସ୍ୟା ଭୋଗିପାରନ୍ତି।

ବିଶେଷ କରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ, ଥାଇରଏଡ୍ ବା ମୂତ୍ରଜନିତ କୌଣସି ରୋଗ ଥାଏ, ତେବେ ନାଜାଲ୍ ସ୍ପ୍ରେଠୁ ଦୂରେଇ ରୁହନ୍ତୁ। କାରଣ ଏହା ରକ୍ତଚାପ ବୃଦ୍ଧି କରିଥାଏ। କେବଳ ଏତିକି ନୁହେଁ ନିଦ୍ରାହୀନତା ଓ ଆହୁରି ଅନେକ ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଭୋଗିପାରନ୍ତି। ତେଣୁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ନାଜାଲ୍‌ ସ୍ପ୍ରେ  ବ୍ୟବହାର କରନ୍ତୁ।



from Odisha Reporter https://ift.tt/2FEBzGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages